ବଲିଉଡ୍‌କୁ ଦବଙ୍ଗଙ୍କ ଅବଦାନ

0

ଫିଲ୍ମ ‘ଭାରତ’ ଅପେକ୍ଷା ‘ନୋଟ୍‌ବୁକ୍‌’ ପାଇଁ ବଲିଉଡ୍‌ ଭାଇଜାନ୍‌ ଏବେ ଚର୍ଚ୍ଚାରେ। ‘ନୋଟ୍‌ବୁକ୍‌’ ଜରିଆରେ ସଲମାନ ଦୁଇଟି ନୂଆ ଚେହେରାଙ୍କୁ ବଲିଉଡ୍‌ରେ ଏଣ୍ଟ୍ରି କରାଇଛନ୍ତି । ଏହି ଦୁଇ ନୂଆ ଚେହେରା ହେଉଛନ୍ତି ଜହୀର ଇକ୍‌ବାଲ୍‌ ଓ ପ୍ରନୂତନ ବହଲ । କିଛି ଦିନ ତଳେ ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହୋଇଛି ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି । ଫିଲ୍ମଟିର ସମ୍ପୂର୍ଣ୍ଣ ଶୁଟିଂ କଶ୍ମୀରରେ କରାଯାଇଛି । ଫିଲ୍ମର ନାୟକ ନାୟିକାଙ୍କ ବ୍ୟତୀତ ଫିଲ୍ମରେ ଅଭନୟ କରିଛନ୍ତି ୬ଟି ଶିଶୁ । ତେବେ ଫିଲ୍ମରେ ଅଭିନୟ କରିବା ପାଇଁ ଏହି ଶିଶୁମାନଙ୍କର ଅଡିସନ୍‌ ନିଆ ଯାଇଥିଲା । ତେବେ ଏହି ଅଡ଼ିସନ୍‌ରେ କଶ୍ମୀରର ପାଖାପାଖି ୨୦୦ ଜଣ ଶିଶୁ ଯୋଗ ଦେଇଥିଲେ । ୨୦୦ ଜଣଙ୍କ ଭିତରୁ ମାତ୍ର ୬ ଜଣଙ୍କୁ ବାଛିବା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ପାଇଁ ଏକ ବଡ଼ ବିଡମ୍ବନାର ବିଷୟ ଥିଲା । ପ୍ରେମ ଓ ବିଚ୍ଛେଦକୁ ନେଇ ତିଆରି କରାଯାଇଛି ଫଲ୍ମ ‘ନୋଟ୍‌ବୁକ୍‌’ । ‘ନୋଟ୍‌ବୁକ୍‌’ ପୂର୍ବରୁ ସଲମାନ ‘ଲଭ୍‌ୟାତ୍ରୀ’ ଜରିଆରେ ନିଜ ଭିଣେଇ ଆୟୁଷ ଶର୍ମା ଓ ରବୀନା ହୁସେନଙ୍କୁ ବଲିଉଡ୍‌ରେ ଡେବୁ୍ୟ କରିବାର ମୌକା ଦେଇଥିଲେ । ତେବେ ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାଲ ମଚେଇ ନ ଥିଲେ ବି ଫିଲ୍ମ ପାଇଁ ଆୟୁଷଙ୍କର ଅନେକ ଫ୍ୟାନ୍‌ ଫଲୋୟରର୍ସ ବନିଯାଇଛନ୍ତି । ସେମିତିରେ ଦେଖିବାକୁ ଗଲେ ସଲମାନ୍‌ ବଲିଉଡ୍‌ରେ ଅନେକ ନୁ୍ୟକମରସ୍‌ମାନଙ୍କୁ କାମ ଦେଇ ତାଙ୍କର ଲାଇଫ୍‌ ବନେଇ ସାରିଛନ୍ତି । ଫିଲ୍ମ ‘ନୋଟବୁକ୍‌’ ରିଲିଜ୍‌ ହେବାପରେ ହିଁ ଜଣା ପଡିବ ଏ ନୂଆ ଚେହେରାଙ୍କୁ ଦର୍ଶକଙ୍କ ଭଲପାଇବା ମିଳୁଛି ନା ନାହିଁ ।

Leave A Reply

Your email address will not be published.