ବଲିଉଡ୍‌ ଆଶାୟୀ ମୀରା

0

ସାଉଥ୍‌-ଇଣ୍ଡିଆନ୍‌ ଫିଲ୍ମ ଅଭିନେତ୍ରୀ ମୀରା ଚୋପ୍ରା । ଦେଶୀ ଗର୍ଲ ପ୍ରିୟଙ୍କା ଓ ପରିନୀତିଙ୍କ କଜନ୍‌ ସିଷ୍ଟର ହେଉଛନ୍ତି ମୀରା । ପ୍ରିୟଙ୍କା ଓ ପରିନୀତି ବଲିଉଡ୍‌ରେ ନିଜର କ୍ୟାରିୟର କରିସାରିଥିବାବେଳେ ଏବେ ପାଳି ପଡ଼ିଛି ମୀରାଙ୍କର । ମୀରା ଟଲିଉଡ୍‌ରେ ବେଶ୍‌ ଚର୍ଚ୍ଚିତ ଚେହେରା । ମୀରା, ଅଜୟ ବହଲଙ୍କ ଫିଲ୍ମ ‘ସେକ୍‌ଶନ ୩୭୫’ରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଜଣେ ରେପ୍‌ ପୀଡ଼ିତା ଭୂମିକାରେ ଅଭିନୟ କରିବେ । ଫିଲ୍ମରେ ମୀରାଙ୍କ ସହ ରିଚା ଚଢ଼ା, ଅକ୍ଷୟ ଖନ୍ନା ଓ ରାହୁଲ ଭଟ ଆଦି କଳାକାର ପ୍ରମୁଖ ଚରିତ୍ରରେ ଅଭିନୟ କରିବେ । ‘ସେକ୍‌ଶନ ୩୭୫’ ହେଉଛି ଏକ ଡ୍ରାମା ଫିଲ୍ମ । ତେବେ କୁହାଯାଉଛି ମୀରାଙ୍କୁ ଏ ରୋଲ୍‌ ଦେବାରେ କୁଅଡ଼େ ପ୍ରିୟଙ୍କା ତାଙ୍କୁ ସାହାଯ୍ୟ କରିଛନ୍ତି । କାରଣ ନିକଟରେ କିଛିଦିନ ତଳେ ଏ ଦୁଇ ଭଉଣୀ ପରସ୍ପର ସହ ଭେଟିବା କଥା ଶୁଣିବାକୁ ମିଳିଛି । ବଲିଉଡ୍‌ରେ ସଫଳ ହେବାପାଇଁ ଏହା ହେଉଛି ମୀରାଙ୍କ ଦ୍ୱିତୀୟ ପ୍ରୟାସ । ଏହା ପୂର୍ବରୁ ସେ ୨୦୧୪ରେ ବିକ୍ରମ ଭଟଙ୍କ ଫିଲ୍ମ ‘ଗେଙ୍ଗ୍‌ ଅଫ୍‌ ଘୋଷ୍ଟ’ ଓ ୨୦୧୬ରେ ଫିଲ୍ମ ‘୧୯୨୦ ଲଣ୍ଡନ’ରେ ଅଭିନୟ କରି ସାରିଛନ୍ତି । ତେବେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ସନ୍ତୁଷ୍ଠୀ ମିଳି ନ ଥିଲା ଯାହା ପରେ ସେ ଟଲିଉଡ୍‌ରେ ନିଜର ଫିଲ୍ମି କ୍ୟାରିୟର ତିଆରି କଲେ । ଆଉ ଏବେ ପୁଣି ଫେରିଛନ୍ତି ବଲିଉଡ୍‌କୁ ତେବେ ‘ସେକ୍‌ଶନ ୩୭୫’ ରିଲିଜ୍‌ ହେଲା ପରେ ହିଁ ଜଣା ପଡିବ ମୀରାଙ୍କୁ ହିନ୍ଦୀ ସିନେପ୍ରେମୀ ଗ୍ରହଣ କରୁଛନ୍ତି ନା ନାହିଁ ।

Leave A Reply

Your email address will not be published.