ବଲିଉଡ୍ର ଦାମୀ ଅଭିନେତ୍ରୀ କଙ୍ଗନା ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଛନ୍ତି । ସବୁìବେଳେ ଏମିତିକା ମନ୍ତବ୍ୟ ଦେଉଛନ୍ତି ଯେ ତାଙ୍କ ମୁହଁରେ ଲଗାମ୍ ଲଗାଇବାକୁ ମଧ୍ୟ କେହି ନାହାନ୍ତି । ଫଳରେ ସେ ଅନେକ କଳାକାରଙ୍କ ବିଷୟରେ ଅନେକ କିଛି କଥା କହି ଚାଲିଛନ୍ତି । ନିକଟରେ ଏକ ଇଣ୍ଟରମୁ୍ୟରେ କଙ୍ଗନା ନିଜ ଷ୍ଟ୍ରଗଲ୍ ଲାଇଫ୍ ବିଷୟରେ କହିଥିଲେ । ପହଲାଜ ନିହଲାନୀଙ୍କ ଫିଲ୍ମରେ କାମ କରିବାକୁ କଙ୍କନାଙ୍କୁ ଅଫର୍ ମିଳିଥିଲା କିନ୍ତୁ ସେ ଫିଲ୍ମଟି ପର୍ନ ମୁଭି ହେବା କାରଣରୁ କଙ୍ଗନା ସେହି ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ । ଫିଲ୍ମରେ ତାଙ୍କୁ ବୋଲï ସିନ୍ ଦେବା ପାଇଁ ରୋବ୍ ପିନ୍ଧିବା ପାଇଁ କୁହାଯାଇଥିଲା । କଙ୍ଗନାଙ୍କ ଏଭଳି ବୟାନ ଶୁଣି ନିଲହାନୀ କଙ୍ଗନାଙ୍କୁ ଚେତାବନୀ ଦେଇ କହିଛନ୍ତି ‘ମୁଁ ବି ବହୁତ କିଛି ଜାଣିଛି… ମୁଁ ମଧ୍ୟ ସେଗୁଡିକୁ ପଦାକୁ ଆଣିପାରିବି !’ ଫିଲ୍ମ ବାବଦକୁ ନିଲହାନୀ କହିଥିଲେ ଯେ ‘ମୁଁ କୌଣସି ପର୍ନ ଫିଲ୍ମ କରେ ନାହିଁ କି ମୁଁ କଙ୍ଗନାଙ୍କୁ ବୋଲï ସିନ୍ ଦେବା ପାଇଁ ଏମିତି କିଛି କହନି।’ ନିଲହାନୀଙ୍କ କହିବା ଅନୁସାରେ ସେ ଫିଲ୍ମ ‘ଚିନି କମ୍’ ପରି ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ଯାହା ପାଇଁ ସେ ବଲିଉଡ୍ ବିଗ୍ ବି ଅମିତାଭଙ୍କ ସହ କଥାଭାଷା ହୋଇ ସାରିଥିଲେ । କିନ୍ତୁ ସେ ମସୟରେ ଅମିତାଭ ବଚ୍ଚନ ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ଏହି ଫିଲ୍ମରେ କାମ କରିବାକୁ ମନା କରିଥିଲେ ଯାହା ଫଳରେ ଫିଲ୍ମଟି ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା । ପରେ କଙ୍ଗନାଙ୍କୁ ଅନୁରାଗ ବାସୁଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ଷ୍ଟାର’ ଓ ଏକ ସାଉଥ୍ ଫିଲ୍ମ ‘ପୋକିରୀ’ରୁ ଅଫର ମିଳିଥିଲା । ଏ ଦୁଇଟିଯାକ ଫିଲ୍ମରେ କଙ୍ଗନା ଅଭିନୟ କରିଥିଲେ ‘ଗ୍ୟାଙ୍ଗ୍ଷ୍ଟାର’ ବକ୍ସ ଅଫିସ୍ରେ ସଫଳ ହୋଇ ନ ଥିବାବେଳେ ‘ପୋକିରୀ’ ହିଟ୍ ଲିଷ୍ଟରେ ସାମିଲ୍ ହୋଇଥିଲା ।