ଭୁବନେଶ୍ୱର, ୬/୩ : ଆଜି ଜନତା ମଇଦାନ ଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ପ୍ରାୟ ୧୦ହଜାରରୁ ଉର୍ଦ୍ଧ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବାସ ଯୋଜନାରେ ଏହି ବସ୍ତି ବାସିନ୍ଦାମାନଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।
ସମାବେଶରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଗରିବ ଲୋକମାନଙ୍କ ଖୁସି ମୋ ପାଇଁ ସବୁଠାରୁ ବଡ ଆତ୍ମସନ୍ତୋଷ । ସେହିଭଲି ମିଶନ ଶକ୍ତିର ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସାରଥୀ ଭାବରେ ବର୍ଣ୍ଣନା କରିଛନ୍ତି ।