ବସ୍‌ – ଟ୍ରକ୍‌ ମୁହାଁମୁହିଁ ଧକ୍କା : ୧୦ ଗୁରୁତର

0

ବରଗଡ଼,୧୭/୫: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ସମୂରଧରଠାରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ହେଉଛନ୍ତି ବସ୍‌ଯାତ୍ରୀ। ସେମାନଙ୍କୁ ଭଟଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ବସ୍‌ଟି ଛତିଶଗଡ଼ର ସରିଆରୁ ବରଗଡ଼ ଅଭିମୁଖେ ଆସୁଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା। ବସ୍‌ରେ ପ୍ରାୟ ୩୨ ଜଣ ଯାତ୍ରୀ ଥିଲେ। ଏହି ୧୦ଜଣଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.