ବସ୍‌ – ଟ୍ରକ ମୁହାଁମୁହିଁ ଧକ୍କା : ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

0

ଛେଣ୍ଡିପଦା,୨୭/୧: ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ କତଡା ଗ୍ରାମଠାରେ ରବିବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ପ୍ରକାଶ ଯେ, ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବସ୍‌ ଗରୁଡ଼(ନଂ.ଓଆର ୧୫ଏ-୧୯୧୯) ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌(ନଂ.ଓଆର ୦୯ପି-୬୬୩୨)ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଖବର ଲେଖା ହେବା ସୁଦ୍ଧା ଆହତଙ୍କ ପରିଚୟ ଜଣାପଡ଼ି ନାହିଁ।

Leave A Reply

Your email address will not be published.