ମୟୁରଭଞ୍ଜ,୨୫/୧୧: ମୟୁରଭଞ୍ଜ ଥାନା ବମ୍ବେ ଛକରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବାଇକକୁ ଧକ୍କା ଦେଇ ବସଟି ରାସ୍ତା କଡକୁ ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଯାତ୍ରୀ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହା ସହ ୧୯ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ବସଟି ବାରିପଦାରୁ କେନ୍ଦୁଝର ଯାଉଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।