ଡେରାଡୁନ,୨୫/୧୧: ଡେରାଡୁନ ଜୌଲିଗ୍ରାଂଟ ବିମାନ ବନ୍ଦରର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବା ପାଇଁ ଉତରାଖଣ୍ଡର ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଛନ୍ତି । ଆଗାମୀ ବିଧାନସଭାରେ ସଙ୍କଳ୍ପ କରାଇ ବିମାନ ବନ୍ଦରର ନାମ ବଦଳାଇବା ପାଇଁ ଭାରତୀୟ ବିମାନ ପତନ ପ୍ରାଧୀକରଣକୁ ନାଗରୀକ ଉଡାଣ ବିଭାଗ ଭାରତ ସରକାରଙ୍କ ନିକଟକୁ ପଠାଯିବ । ତେବେ ଡେରାଡୁନ ଜୌଲିଗ୍ରାଂଟ ବିମାନ ବନ୍ଦର ଏବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରା ଯାଇଛି ।
ସୂଚନାନୁଯାୟୀ, ଅଶୀ ଦଶକର ଉଦ୍ୟୋଗପତି ବିଡଲା ଜୌଲିଗ୍ରାଂଟରେ ବିମାନ ବନ୍ଦର ପ୍ରତିଷ୍ଠା କରିଥିଲେ । ରାଜ୍ୟ ଗଠନ ପରେ ବିମାନ ସେବାର ବିକାସ ହୋଇଥିଲା । ବିମାନ ସେବାକୁ ବିକଶିତ କରି ଏଠାରୁ ନିୟମିତ ଘରୋଇ ଉଡାଣ ମଧ୍ୟ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ହେବା କାରଣରୁ ସେଠାରେ ଏବେ ବିମାନ ବନ୍ଦରକୁ ବିସ୍ତରୀକରଣ କରାଯାଇଛି । ଏବେ ସେଠାରେ ଅନ୍ତରାଷ୍ଟ୍ରୀୟ ସ୍ତରୀୟ ବିକଶିତ କରିବା ପାଇଁ କାମ ଆରମ୍ଭ ହୋଇ ଗଲାଣି ।