ବାତ୍ୟାର ୧୨ଦିନ ପରେ ଶ୍ରୀମନ୍ଦିରରେ ଜଳିଲା ବିଜୁଳି ଆଲୁଅ

0

ପୁରୀ,୧୫/୫: ବାତ୍ୟାର ୧୨ ଦିନ ପରେ ଶ୍ରୀମନ୍ଦିରରେ ଜଳିଲା ବିଜୁଳି ଆଲୁଅ। ଆଜି ସନ୍ଧ୍ୟା ସୁଦ୍ଧା ବଡ଼ଦାଣ୍ଡରେ ବିଦ୍ୟୁତ୍‌ ଆଲୋକ ଜଳିବା ସମ୍ଭାବନା ରହିଛି। ଶ୍ରୀମନ୍ଦିରରେ ବିଦ୍ୟୁତ୍‌ ସଂଯୋଗ ନେଇ ସେସୁର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ବାତ୍ୟା ‘ଫୋନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଏହାପରେ ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ମେ’ ୩ରେ ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିଥିଲା।

Leave A Reply

Your email address will not be published.