ବାଦ୍‌ ପଡ଼ିଲେ କରୀନା

0

ଭାଗ୍ୟ କାହାର କେତେବେଳେ ବଦଳିବ ତାହା ଅଜଣା । କିନ୍ତୁ ଦିନେ ନା ଦିନେ ଭାଗ୍ୟ ବଦଳିବା ସୁନିଶ୍ଚିତ । କରୀନାଙ୍କୁ ଶେଷଥର ପାଇଁ ଫିଲ୍ମ ‘ବୀରେ ଦି େୱଡିଂ’ରେ ଦେଖିବାକୁ ମିଳିଥିଲା । ଏବେ କରୀନାଙ୍କ ହାତରେ ଅଛି ଫିଲ୍ମ ‘ଗୁଡ୍‌ ନୁ୍ୟଜ’ । ଯେଉଁଥିରେ କରୀନାଙ୍କ ସହ ଅକ୍ଷୟ କୁମାର ଏକାଠି ଦେଖାଯିବେ । ସେପଟେ ଦବଙ୍ଗ ୩ର ଶୁଟିଂ ପାଇଁ ସଜବାଜ ହୋଇଗଲେଣି ସମଲମାନ ଖାନ୍‌୍‌ । ଏଥର ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରଭୁ ଦେବା । ଦବଙ୍ଗର ପୂର୍ବ ସଂସ୍କରଣରେ ଆଇଟମ୍‌ ଗୀତରେ ଝୁମିଥିଲେ କରୀନା କପୁର ଖାନ୍‌ ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ଫିଲ୍ମ ନିର୍ମାତାମାନେ ଏଥର ମଧ୍ୟ କରୀନାଙ୍କୁ ନେଇ ଏକ ଆଇଟମ୍‌ ଗୀତର ପ୍ଲାନିଂ କରିଥିଲେ । କିନ୍ତୁ ଫିଲ୍ମରେ କରୀନାଙ୍କୁ ଦେଖିବାକୁ ଚାହୁଁ ନାହାନ୍ତି ପ୍ରଭୁଦେବା । କରୀନାଙ୍କୁ ନେଇ ଫିଲ୍‌ମ ନିର୍ମାତାମାନେ ଯେଉଁ ଯୋଜନା କରିଥିଲେ ତାକୁ ରଦ୍ଦ କରି ଦେଇଛନ୍ତି ନିର୍ଦ୍ଦେଶକ ପ୍ରଭୁଦେବା । ବହୁ ବର୍ଷ ପୂର୍ବେ ପ୍ରଭୁଦେବା ସଲମାନ୍‌ ଖାନ୍‌ଙ୍କୁ ନେଇ ଏକ ବଡ଼ ପ୍ରୋଜେକଫ ତିଆରି କରିବାକୁ ଚାହୁଁଥିବାବେଳେ ପ୍ରଭୁ କରୀନାଙ୍କୁ ଏ ପ୍ରୋଜେକଫରେ ସଲମାନଙ୍କ ଅପୋଜିଟ୍‌ରେ ଅଭିନୟ କରିବାକୁ କହିଥିଲେ । କରୀନା କିନ୍ତୁ ପ୍ରଭୁଦେବାଙ୍କୁ ନିଜର ଉତ୍ତର ଦେବା ପାଇଁ ବହୁତ ଡେରି କରି ଦେଇଥିଲେ ଯାହା ଫଳରେ ପ୍ରଭୁ ଏପର୍ଯ୍ୟନ୍ତ କରୀନାଙ୍କ ଉପରେ ଅଛନ୍ତି ଖªା । ‘ଦବଙ୍ଗ ୩’ର ପ୍ରଯୋଜନା ଭାର ସମ୍ଭଳିଛନ୍ତି ଅରବାଜ୍‌ ଖାନ୍‌ । ସଲମାନ ଅରବାଜ୍‌ଙ୍କୁ କହି ଦେଇଛନ୍ତି ଷ୍ଟାରକାଷ୍ଟରେ ମୁଣ୍ଡ ନ ପୁରାଇବା ପାଇଁ ଓ ଏ କାର୍ଯ୍ୟର ଦାୟିତ୍ୱ ସଲ୍ଲì ଦେଇଛନ୍ତି ପ୍ରଭୁଦେବାଙ୍କୁ । ସୋନାକ୍ଷୀ ଓ ସଲମାନଙ୍କ ରୋମାନ୍ସ ଆଉଥରେ ଦେଖିପାରିବେ ଦର୍ଶକ । ‘ଭାରତ’ଫିଲ୍ମ ରିଲିଜ ହୋଇସାରିବା ପରେ ‘ଦବଙ୍ଗ ୩’ର ଶୁଟିଂ ଆରମ୍ଭ କରାଯିବ ।

Leave A Reply

Your email address will not be published.