ବାରବାଙ୍କି ସ୍କୁଲ ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଉ ଭାଜପା : ପ୍ରିୟଙ୍କା

0

ନୂଆଦିଲ୍ଲୀ,୧/୮: ଭାଜପାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଉତ୍ତର ପ୍ରଦେଶ ବାରବାଙ୍କିର ଜଣେ ସ୍କୁଲ ଛାତ୍ରୀ ସୁରକ୍ଷାକୁ ନେଇ ପୋଲିସକୁ ଯେଉଁ ପ୍ରଶ୍ନ କରିଛନ୍ତି ତା’ର ଉତ୍ତର ଶାସକ ଭାଜପା ଦେଉ ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି ଛାତ୍ରୀ ଜଣକ ଯେଉଁ ପ୍ରଶ୍ନ କରିଛନ୍ତି ତାହା ସମସ୍ତ ମହିଳାଙ୍କ ମନରେ ଆସୁଥିବା ପ୍ରଶ୍ନ। ତେଣୁ ଉତ୍ତର ପ୍ରଦେଶ ସରକାର ଏହାର ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୁରକ୍ଷାକୁ ନେଇ ପୋଲିସ ସ୍କୁଲରେ ସଚତନତା କାର୍ଯ୍ୟକ୍ରମର ଆୟୋଜନ କରିଥିବା ସମୟରେ ଜଣେ ଛାତ୍ରୀଙ୍କ ପ୍ରଶ୍ନଥିଲା ଯଦି ପ୍ରତିପତ୍ତିଶାଳୀ ବ୍ୟକ୍ତି ଭୁଲ କରନ୍ତି ଆଉ ଆମେ ତାହାର ଶିକାର ହେଉ ଠିକ୍‌ ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣା ପରି ତେବେ ପୋଲିସ ଆମକୁ କେମିତି ସୁରକ୍ଷା ଦେବ।

Leave A Reply

Your email address will not be published.