ବାରବାଟୀରେ ଦ୍ୱିତୀୟ ଉଦଘାଟନୀ ଉତ୍ସବ : ଯୋଗଦେଲେ ସଲମାନ ଖାନ

0

କଟକ, ୨୮/୧୧: ସାରା ରାଜ୍ୟରେ ହକି କ୍ରେଜ୍ ଦେଖିବାକୁ ମିଳୁଛି। ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ଉଦଘାଟନୀ ଉତ୍ସବ। ଏହି ଉତ୍ସବରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ. ଆର. ରେହେମାନଙ୍କ ଓ ଦବଙ୍ଗ ଖାନ ସଲମାନ ଯୋଗଦେଇଛନ୍ତି । ସଲମାନ ବାରବାଟୀ ଷ୍ଟାଡିୟମରେ ଆସି ପହଁଚି ଦର୍ଶକଙ୍କୁ କିମିଆ କରିଛନ୍ତି । ଭାଇଜାନ ନିଜ ବକ୍ତବ୍ୟରେ ଓଡିଶାବାସୀଙ୍କ ମନ ମୋହିଛନ୍ତି ଏବଂ ହୃଦୟ ଜିତିଛନ୍ତି । ଆଜି ସଂନ୍ଧ୍ୟା ୬.୧୫ଟାରେ ସଲମାନ ଭୁବନଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ । ଏହାପରେ ସେ ସଡକପଥରେ କଟକରେ ଆସି ପହଁଚିଛନ୍ତି । ତାଙ୍କ ଗସ୍ତକୁ ନେଇ ରାସ୍ତାରେ ସୁରକ୍ଷା ବ୍ୟାବସ୍ଥାକୁ କଡାକଡି କରାଯାଇଥିଲା । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିଥିଲେ । ଏହି ବଲିଉଡ ଷ୍ଟାର ଓଡିଶାର ଆତିଥେୟତା ଦେଖି ଭାବବିହ୍ୱଳ ହୋଇ ଯାଇଥିଲେ ।
ଷ୍ଟାଡିୟମରେ ପଙଂଚିବା ପରେ ସଲମାନ ନିଜ ବକ୍ତବ୍ୟ ରଖିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ସେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ଏଠାରେ ଭାଇଚାରା ବହୁତ ଭଲ । ସମସ୍ତେ ଏଭଳି ରହିବା ଉଚିତ । ଆଗରୁ ଏଭଳି ଆତିଥେୟତା ଦେଖି ନଥିଲେ ବୋଲି କହିଛନ୍ତି । ଏଥି ନିମନ୍ତେ ସେ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆହୁରି ମଧ୍ୟ କଟକର ପ୍ରସିଦ୍ଧ ଦହିବରା ଖାଇବେ ବୋଲି ସେ କହିଛନ୍ତି । ଏପରି କି ନିଜ ବକ୍ତବ୍ୟ ଶେଷରେ ସେ ଜୟ ଜଗନ୍ନାଥ କହି ବିଦାୟ ନେଇଥିଲେ ।

Leave A Reply

Your email address will not be published.