ବାରମ୍ବାର ରେଜର ବ୍ୟବହାର କରୁଥିଲେ…

ଆଜିକାଲିର ବ୍ୟସ୍ତ ବହୁଳ ଦିନରେ ଲୋକମାନେ ଛୋଟଛୋଟ ଭୁଲ୍‌କୁ ଅଣଦେଖା କରିଥାନ୍ତି ଯାହାର ପରିଣତି କିଛି ଏଭଳି ଭୋଗିବାକୁ ପଡିଥାଏ । ଲୋକମାନେ ନିଜ ଚେହେରାକୁ କ୍ଲିନ୍‌ ସେଭ୍‌ ଦେବା ଚକରରେ କେତେ ଲୋକ ଖରାପ ରେଜର ବ୍ୟବହାର କରନ୍ତି ଯାହାର ଫଳସ୍ୱରୂପ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଚର୍ମରୋଗ ହୋଇଥାଏ । ଆସ;ୁ ଜାଣିବା ରେଜରକୁ ଠିକ୍‌ ଭାବରେ ବ୍ୟବହାର ନ କଲେ କେଉଁ ଚର୍ମରୋଗ ହୋଇଥାଏ ।
-କିଛି ଲୋକ ଗୋଟିଏ ରେଜରକୁ ଅନେକ ଥର ବ୍ୟବହାର କରିଥାନ୍ତି । କି;ୁ ସେମାନେ ଏହା ଜାଣିନଥାନ୍ତି ଏହାକୁ ବ୍ୟବହାର କରିବା ପରେ ଠିକ୍‌ ଭାବରେ ସଫା ନ କରିବା ଦ୍ୱାରା ସେଥିରେ ସୁକ୍ଷ୍ମ କୀଟଣୁ ରହିଯାଏ । ଯାହାଦ୍ୱାରା ଅପଣଙ୍କ ଚର୍ମକୁ ଏହା ଇମ୍ଫେକ୍ସନ୍‌ କରିଥାଏ । ସେଥିପାଇଁ ଯେତେବେଳେ ରେଜରକୁ ଏକଥରରୁ ଅଧିକ ଥର ବ୍ୟବହାର କରୁଛନ୍ତି ତାହାକୁ ଭଲ ଭାବରେ ଧୋଇ ବ୍ୟବହାର କର;ୁ ଛ
-କେବେ ଯଦି ଆପଣ କାହାର ବ୍ୟବହୃତ ରେଜରକୁ ଅଜାଣତରେ ବ୍ୟବହାର କରୁଛନ୍ତି, ଏହା ଆପଣଙ୍କ ଚର୍ମରେ ଖରାପ ପ୍ରଭାବ ପକାଇପାରେ । ଏହାଦ୍ୱାରା ଆପଣଙ୍କୁ ଫାଲିକୁ୍ୟଲାଇଟିସ ରୋଗ ହୋଇପାରେ । ଏହା ବାଳର ମୂଳ ସହ ଯଡିତ ଏକ ମାରାତ୍ମକ ରୋଗ । ସେଥିପାଇଁ କୌଣସି ଅନ୍ୟ ବ୍ୟକ୍ତିର ରେଜର ବ୍ୟବହାର କରିବା ପୂର୍ବରୁ ଥରେ ଭାବନ୍ତୁ ।
-ଗୋଟିଏ ରେଜରକୁ ବହୁଜଣ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ହେପାଟାଇଟିସ୍‌ ରୋଗ ମଧ୍ୟ ହୋଇପାରେ । ଯଦି ଆପଣ ଏପରି ଭୁଲ୍‌ କରୁଛନ୍ତି ତାହେଲେ ରେଜରକୁ ପ୍ରଥମେ ଗରମ ପାଣିରେ ଧୋଇ ନିଅନ୍ତୁ । ଏହା କରିବା ଦ୍ୱାରା ରେଜରରେ ଥିବା ବ୍ୟାକଫରିଆ ଭାଇରସ୍‌ ନଷ୍ଟ ହୋଇଯାଇଥାଏ ।