ନୂଆଦିଲ୍ଲୀ, ୧୯/୩ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ପଶି ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ ଦ୍ୱାରା ଏନଡିଏର ଲାଭ ହୋଇଛି । ଏକ ସର୍ଭେ ମୁତାବକ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଏନଡିଏର ୧୩ଟି ଆସନ ବୃଦ୍ଧି ହୋଇଛି । ଏହା ପୂର୍ବରୁ ଏନଡିଏକୁ ୨୭୦ ଆସନ ମିଳିଥିଲା । ଫେବୃଆରୀ ୫ରୁ ୨୧ ମଧ୍ୟରେ କରାଯାଇଥିବା ଏକ ସର୍ଭେରେ ଏନଡିଏକୁ ୨୭୦ ଆସନ ମିଳିବା ଅନୁମାନ କରାଯାଉଥିଲା କିନ୍ତୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ କରାଯାଇଥିବା ସର୍ଭେରେ ଆସନ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଥିବା ଜଣା ପଡିଛି ।
ଭାରତୀୟ ବାୟୁସେନା ଫେବୃଆରୀ ୧୪ ପରେ ଫେବୃଆରୀ ୨୬ରେ ପାକିସ୍ତାନ ସୀମାରେ ଏୟାର ଷ୍ଟ୍ରାଇକ କରିଥିଲେ । ଏହା ଦ୍ୱାରା ଏନଡିଏକୁ ଲାଭ ମିଳିଥିବା ବେଳୈ କଂଗ୍ରେସର ଆସନ ସଂଖ୍ୟା ୧୩୫ ହୋଇଯାଇଛି । ଯାହାକି ଏୟାର ଷ୍ଟ୍ରାଇକ ପୂର୍ôବୁ ୧୪୪ ଥିଲା । ଏହା ଦ୍ୱାରା କଂଗ୍ରେସ ଏବଂ ତାର ସହେଯାଗୀ ଦଳଙ୍କୁ କ୍ଷତି ହୋଇଛି । ଏତଦ୍ ବ୍ୟତୀତ ତୃତୀୟ ଦଳର ନେତାଙ୍କର ମଧ୍ୟ ଆସନ ସଂଖ୍ୟା ୧୨୯ରୁ କମି ୧୨୫ରେ ପହଂଚିଛି । ଏହି ଦଳମାନଙ୍କ ମଧ୍ୟରେ ବିଜେଡି, ଟିଏମସି, ଟିଡିପି, ଟିଆରଏସ୍ ଏବଂ ୱାଇଏସ୍ଆର ମଧ୍ୟ କଂଗ୍ରେସରେ ଅଛନ୍ତି ।
ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ୟୁପିରେ ଏସପି-ବିଏସପି ଏବଂ ଆରଏଲଡିର ମହାମେଂଟକୁ ବଡ ଝଟକା ଲାଗିଛି । ଅନ୍ୟ ପଟେ ଉତର ପ୍ରଦେଶ, ଆସାମ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଏବଂ ପଶ୍ଚିମବଙ୍ଗ ଭଳି ରାଜୂଗୁଡିକୁ ଲାଭ ମିଳିବ । ଏନଡିଏକୁ ସବୁଠାରୁ ଅଧିକ ଲାଭ ୟୁପିରୁ ମିଳିବ । ଷ୍ଟ୍ରାଇକ ପୂର୍ବରୁ ବିଜେପିର ୩୯ ଆସନ ବଢି ୪୨ ହୋଇଯାଇଛି ।