ଘରେ ଅନେକ ପ୍ରକାରର ବାସନ ରହିଥାଏ । ଆମେ ସେସବୁକୁ ଆମ ଆବଶ୍ୟକତା ଅନୁସାରେ ବ୍ୟବହାର କରିଥାଉ । ଆପଣ ଜାଣନ୍ତି କି କେଉଁସବୁ ବାସନ ବ୍ୟବହାର କଲେ କ’ଣ ଫାଇଦା ମିଳିଥାଏ ? କାରଣ ପ୍ରତ୍ୟେକ ବାସନ ବ୍ୟବହାର କରିବା ଦ୍ୱାରା କିଛି ନା କିଛି ଲାଭ ବା କ୍ଷତି ହୁଏ । ତେବେ କେଉଁ ବାସନ ବ୍ୟବହାର କଲେ ଶରୀର ଉପରେ ତାହାର କ’ଣ ପ୍ରଭାବ ରହିଥାଏ ଆସ;ୁ ଜାଣିବା ।
ମାଟି ପାତ୍ର- ମାଟି ପାତ୍ରରେ ସିଝିବା ପାଇଁ ଅଧିକ ସମୟ ନେଇଥାଏ ସତ, କିନ୍ତୁ ଏଥିରେ ରୋଷେଇ ହୋଇଥିବା ଖାଦ୍ୟ ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏଥିରେ ତିଆରି ହୋଇଥିବା ଖାଦ୍ୟର ଭିଟାମିନ୍ କମି ନଥାଏ । ଶରୀରକୁ ଏହାଦ୍ୱାରା ପୂରା ପୋଷକ ତତ୍ତ୍ୱ ମିଳିଥାଏ । ଆହୁରି ମଧ୍ୟ ମାଟିପାତ୍ରରେ ତିଆରି ଖାଦ୍ୟର ସ୍ୱାଦ ନିଆରା ।
ଚାନ୍ଦି ବାସନ- ଚାନ୍ଦି ଏକ ଥଣ୍ଡା ଧାତୁ । ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଓ ମନକୁ ଶାନ୍ତ ରଖିଥାଏ । ଏହାଦ୍ୱାର ଆମ ମସ୍ତିଷ୍କ ସଦା ଚଳଚଞ୍ଚଳ ରହିଥାଏ ଆଖି ମଧ୍ୟ ସୁସ୍ଥ ରହେ । ଏହା କଫ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
କଂସା ପାତ୍ର- କଂସା ପାତ୍ରରେ ରୋଷେଇ କରିବା ଦ୍ୱାରା ଆମ ବୁଦ୍ଧି ପ୍ରଖର ହୋଇଥାଏ । ରକ୍ତ କରଷ୍କାର କରିଥାଏ । ଏଥିରେ ଖାଇଲେ ଅଧିକ ଭୋକ ମଧ୍ୟ ଲାଗିଥାଏ ।
କି;ୁ ଏଥିରେ ଖଟା ଦ୍ରବ୍ୟ ଖାଆ;ୁ ନାହିଁ । କାରଣ ଏଥିରେ ଖଟା ରଖିଲେ ଏହା ବିଷ ସଦୃଶ ହୋଇଯାଏ । ତେଣୁ ଏହା ଶରୀର ପାଇଁ କ୍ଷତିକାରକ ।
ଏଥିରେ ରୋଷେଇ କଲେ ଖାଦ୍ୟରୁ କେବଳ ୩% ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ ।
ତମ୍ବା ପାତ୍ର- ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଆମେ ରୋଗମୁକ୍ତ ରହିଥାଉ । ଏହି ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ରକ୍ତକୁ ଶୁଦ୍ଧ କରେ ଏବଂ ମସୃଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।
Prev Post
Next Post