ମା’ଗଙ୍ଗାଙ୍କ ପବିତ୍ର ଜଳକୁ ଜୀବନର ଆରମ୍ଭଠାରୁ ଜୀବନର ଅନ୍ତ ପର୍ଯ୍ୟନ୍ତ ପ୍ରତ୍ୟକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । କୁହାଯାଏ କି ଗଙ୍ଗା ସ୍ନାନ କରିବା ଦ୍ୱାରା ପାପ ଧୋଇ ହୋଇଯାଏ ଏବଂ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଗଙ୍ଗାଜଳର ପ୍ରୟୋଗ ଦ୍ୱାରା ବିଭିନ୍ନ ପ୍ରକାର ଦୋଷ ଦୂର କରିବାର ଉପାୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଆସ;ୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ।
– ଘରେ ନିୟମିତ ରୂପରେ ଗଙ୍ଗାଜଳ ଛିଞ୍ଚିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହେବା ସହ ଘରେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।
– ଶୋଇବା ପୂର୍ବରୁ ପିଲାଙ୍କ ବିଛଣାରେ ଗଙ୍ଗାଜଳ ଛିଞ୍ଚିବା ଦ୍ୱାରା ସେମାନଙ୍କୁ ଖରାପ ସ୍ୱପ୍ନ ଆସି ନଥାଏ ।
– ଗଙ୍ଗାଜଳକୁ ଘରେ ରଖିବା ଦ୍ୱାରା ଘରେ ସର୍ବଦା ସୁଖ-ଶାନ୍ତିର ବାତାବରଣ ଦେଖାଦେଇଥାଏ ।
– ଗଙ୍ଗାଜଳ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।
– ଘରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଉଥାଏ ତ’ ଗଙ୍ଗାଜଳକୁ ପିତଳ ବସ୍ତୁରେ ଭରି ଉତ୍ତର-ପୂର୍ବ ଦିଗରେ ରଖ;ୁ ।
– ପ୍ରତିଦିନ ସକାଳୁ ଘରର ମୁଖ୍ୟ ଦ୍ୱାର ଖୋଲିବା ସମୟରେ ଗଙ୍ଗାଜଳ ଛିଞ୍ଚ;ୁ ।
Next Post