ବିଉଟି ପ୍ରଡକଫକୁ ନା କହିଲେ ପଲ୍ଲବୀ

ତାମିଲ୍‌ ସୁନ୍ଦରୀ ସାଇ ପଲ୍ଲବୀ, ଦିନକୁ ଦିନ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାଇଙ୍କ କ୍ରେଜ୍‌ ଧୀରେ ଧୀରେ ବଢ଼ିବାକୁ ଲାଗୁଛି । ତେବେ ସବୁ ସଫଳ ଅଭିନେତ୍ରୀ ନିଜ ଇମେଜ୍‌କୁ ଅକ୍ଷୁନ୍ନ ରଖିବା ପାଇଁ ଅନେକ ଆଡ୍‌ କରନ୍ତି ଯେଉଁତିରୁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିଥାଏ । କିନ୍ତୁ ସାଇ ପଲ୍ଲବୀ ଏଭଳି ଆଡ୍‌କୁ ଏଟାଇ ଦେଇଛନ୍ତି । ନିକଟରେ ସାଇଙ୍କୁ ମିଳିଥଇଲା ଏକ ଫେୟାର୍‌ନେସ୍‌ କ୍ରିମ୍‌ର ଆଡ୍‌ ଯେଉଁଥିରେ ତାଙ୍କୁ ନେବାକୁପ ପଡ଼ିିଥାନ୍ତା ଅନେକ ମେକପ୍‌ । କିନ୍ତୁ ମେକ୍‌ଅପ୍‌ ପାଇଁ ଅରାଜି ହୋଇ ସାଇ ପଲ୍ଲବୀ ଏହି ଆଡ୍‌ରେ କାମ କରିବାକୁ ମନା କରିଦେଇଛନ୍ତି । ତେବେ ଏହି ଆଡ୍‌ ପାଇଁ ତାଙ୍କୁ ମିଳି ଥାନ୍ତା ୨ କାଟି ଟଙ୍କା । ସାଇ ପଲ୍ଲବୀଙ୍କ ଏହି ଡିସିସନ୍‌ ଜାଣିବା ପରେ ତାଙ୍କୁ ଅନ୍ୟ ଅଭିନେତା ପ୍ରଶଂସା କରିଛନ୍ତି । ସାଇ ପଲ୍ଲବୀଙ୍କ କହିବା କଥା ଯେ, ଇଶ୍‌ବର ଯାହାକୁ ଯେମିତି ରଙ୍ଗ ଦେବା କଥା ତାକୁ ଦେଇ ଧରାପୃଷ୍ଠକୁ ପଠାଇଛନ୍ତି, ତେବେ ଇଶ୍‌ବର ଦେଇଥିବା ଏହି ଉପହାରକୁ ସଂଶୋଧନ କରି ସମୟ ଲସ୍‌ କରିବା ଛଡା ଯଦି ସେହି ଉପହାରକୁ ନେଇ ଆତ୍ମନିର୍ଭରଶୀ ହୋଇ ପାର ତେବେ ତାହା ର୍ହି ହେବ ସଭିଙ୍କ ପାଇଁ ଏକ ବିରାଟ ସଫଳତା । ୨୦୧୫ରୁ ସାଇ ପଲ୍ଲବୀ ଫିଲ୍ମ ‘ପ୍ରେମମ’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ । ସାଇ ପଲ୍ଳବୀଙ୍କୁ ସାଉଥ୍‌ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ କରାଯାଇସାରିଛି । ଏହାଛଡ଼ା ମଲୟାଲମ୍‌ ଫିଲ୍ମ ‘କାଲୀ’ ଦର୍ଶକଙ୍କୁ ବଶେ୍‌ ପସନ୍ଦ ଆସିଥିଲା । ବଲିଉଡ୍‌ରେ ଫିଲ୍ମ କରିବାକୁ ନେଇ ଏହି ଅଭିନେତ୍ରୀଙ୍କ ନାଁ’ରେ ଏପର୍ଯ୍ୟନ୍ତ କିଛିବି ଖବର ଶୁଣିବାକୁ ନ ମିଳିଥିବାବେଳେ ଏବେ ସାଇ ପଲ୍ଲବୀ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଖୁବ୍‌ ଧମାଲ୍‌ ମଚାଉଛନ୍ତି ।