ଆମେରିକାର ବହୁରାଷ୍ଟ୍ରୀୟ ବିଜ୍ନେସ୍ ମାଗାଜିନ୍ ଫର୍ଚୁ୍ୟନ୍କୁ ଥାଇଲାଣ୍ଡର ବ୍ୟବସାୟୀ ସି ଜିଆରାବାନନ କିଣି ନେଇଛନ୍ତି । ନଗଦ କ୍ୟାସ୍ ଆକାରରେ ୧୫୦ ନିୟୁତ ଡଲାର (୧୦୭୯.୨ କୋଟି ଟଙ୍କା) ନେଇ ଏହି ପ୍ରଖ୍ୟାତ ପତ୍ରିକାକୁ ବିକି ଦେଇଛି ମେରେଡିଥ୍ କର୍ପୋରେସନ୍ । ମେରେଡିଥ୍ ପ୍ରାୟ ୨ ମାସ ପୂର୍ବେ ଟାଇମ୍ ପତ୍ରିକାକୁ ବିକ୍ରି କରିଥିଲା । ସି ଜିଆରାବାନନଙ୍କର ଅନ୍ତର୍ଜାତୀୟ ସ୍ତରରେ କୃଷି, ଖାଦ୍ୟ, ଟେଲିକମ୍, କାର୍, ଫାଇନାନ୍ସ, ଫାର୍ମାସିଟିକାଲ୍ସ ଓ ରିଟେଲ୍ କ୍ଷେତ୍ରରେ ବ୍ୟବସାୟ ଅଛି । ସିପି ଗ୍ରୁପ୍ର ଟେକ୍ନୋଲଜି ମିଡିଆ ଓ ଟେଲିକମ୍ ବ୍ୟବସାୟ ସହ ସେ ଓତପ୍ରୋତ ଭାବେ ଜଡ଼ିତ । କିନ୍ତୁ ତାଙ୍କ କମ୍ପାନୀ ଫର୍ଚୁ୍ୟନ୍ ପତି୍ରକାର ମାଲିକାନା ନେଇନାହିଁ । ବ୍ୟକ୍ତିଗତ ଭାବେ ସେ ଏହାକୁ କ୍ରୟ କରିଛନ୍ତି । ବିତ୍ତଶାଳୀ ବ୍ୟକ୍ତିମାନେ ନିଜ ନାମରେ ବିଶ୍ୱବ୍ୟାପୀ ଚର୍ଚ୍ଚିତ ପତ୍ରିକା କିଣିବା ଏଇ କିଛିବର୍ଷ ହେଲା ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଛି । ତେବେ ଫର୍ଚୁ୍ୟନ୍ର ଅଧ୍ୟକ୍ଷ ତଥା ସିଇଓ ଏବଂ ମୁଖ୍ୟ ସମ୍ପାଦକ ପଦରେ ପୂର୍ବଭଳି ତଥାକ୍ରମେ ଆଲାନ୍ ମୁରେ ଓ କ୍ଲିଫ୍ଟନ୍ ଲିଫ୍ କାର୍ଯ୍ୟ କରିବେ ।
ଫର୍ଚୁ୍ୟନ୍ ୧୯୨୯ ମସିହାରେ ଆତ୍ମପ୍ରକାଶ କରିଥିଲା । ଏହାର ପ୍ରତିଷ୍ଠାତା ଥିଲେ ହେନରୀ ଲୁ୍ୟସ୍ । ଏବେମଧ୍ୟ ଫୋର୍ବସ୍ ଓ ବ୍ଲìମ୍ବର୍ଗ ବିଜିନେସ୍ୱିକ୍ ସହ ଫର୍ଚୁ୍ୟନ୍ର ପ୍ରତିଦ୍ୱନ୍ଦିତା ଲାଗିରହିଛି । ଫର୍ଚୁ୍ୟନ୍ ନିୟମିତ ସବୁ ଦେଶର କମ୍ପାନୀମାନଙ୍କ ଆୟ ହିସାବକୁ ନେଇ ସେଗୁଡ଼ିକର ର୍ୟାଙ୍କିଙ୍ଗ୍ ପ୍ରସ୍ତୁତ କରିଥାଏ ଯାହା ‘ଫର୍ଚୁ୍ୟନ୍ ୫୦୦’ ନାମରେ ଜଣାଶୁଣା । ୧୯୫୫ରୁ ଏହି ର୍ୟାଙ୍କିଙ୍ଗ୍ ନିୟମିତ ପ୍ରକାଶ ପାଇ ଆସୁଛି । ଏହାଛଡ଼ା କେଉଁ କମ୍ପାନୀ କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ତାହାର ମଧ୍ୟ ତାଲିକା ପ୍ରକାଶ କରିଥାଏ ଫର୍ଚୁ୍ୟନ୍ ।
Prev Post
Next Post