ବିଗ୍‌ବସ୍‌ରେ କମାଇ

0

ବିଗ୍‌ବସ୍‌ ୧୨ର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ମାତ୍‌ ଦେଇ ଦୀପିକା କMର ଇବ୍ରାହିମ୍‌ ବିଜୟୀ ହୋଇଛନ୍ତି, ଶ୍ରୀସାନ୍ତ ଦ୍ୱିତୀୟ ଓ ଦୀପକ୍‌ ତୃତୀୟସ୍ଥାନ ଅଧିକାର କରିଛନ୍ତି । ବିଗ୍‌ବସ୍‌ ଘରର ଖେଳ ଶେଷ ହୋଇଯାଇଛି । କିନ୍ତୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଥମିନାହିଁ । ବିଗ୍‌ବସ୍‌ ୧୨ର ପୁରସ୍କାର ରାଶି ୫୦ ଲକ୍ଷ ଟଙ୍କା ବୋଲି ସ୍ଥିର କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ତିନି ଜଣ ପ୍ରତିଯୋଗୀଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ ଦୀପକ୍‌ ସ୍ୱୀକାର କରି ଏକ ବ୍ୟାଗ୍‌ ନେଇ ବିଗ୍‌ବସ୍‌ ଛାଡିଦେଇଥିଲେ । ସେହି ବ୍ୟାଗ୍‌ରେ ୨୦ ଲକ୍ଷ ଟଙ୍କା ରହିଥିଲା ଯାହା ପୁରସ୍କାର ରାଶିର ୪୦ ପ୍ରତିଶତ ବୋଲି କୁହାଯାଉଛି । ଦୀପିକାଙ୍କୁ ଜିତିଥିବା ଟ୍ରଫି ସହ ପୁରସ୍କାରର ୬୦ ପ୍ରତିଶତ ଅର୍ଥାତ୍‌ ୩୦ ଲକ୍ଷ ଟଙ୍କା ମିଳିଛି । ବିଗ୍‌ବସ୍‌ରେ ବିବାଦ ସହ ବହୁ ଚର୍ଚ୍ଚିତ ସେଲିବ୍ରିଟୀ ଓ କମୋନରମାନଙ୍କୁ ନିଜ ସ୍ଥାୟୀତ୍ୱ ଅନୁସାରେ ଅର୍ଥରାଶି ପ୍ରାପ୍ତ ହୋଇଛି । ଶୋ’ର ହୋଷ୍ଟ ସଲ୍‌ମାନ୍‌ ଖାନ୍‌ଙ୍କୁ ପ୍ରତି ଏପିସୋଡ୍‌ ପାଇଁ ପାଖାପାଖି ୧୪ କୋଟି ଟଙ୍କା ଅର୍ଥରାଶି ଦିଆଯାଇଛିି । ଏହି ସିଜନ୍‌ରେ ଶ୍ରୀସାନ୍ତ ଦୀର୍ଘ ସମୟ ପାଇଁ ହଙ୍ଗାମା କରି ଚର୍ଚ୍ଚାରେ ରହିଥିଲେ । ତାଙ୍କ ମୁହଁରୁ ବାରମ୍ବାର ଘରକୁ ପଳାୟନ କଥା ବି ଶୁଣିବାକୁ ମିଳିଛି । କିନ୍ତୁ ଶ୍ରଶାନ୍ତଙ୍କୁ ଏହି ଶୋ’ ପାଇଁ ପ୍ରତି ସପ୍ତାହକୁ ୫ ଲକ୍ଷ ଟଙ୍କା ଦିଆଯାଉଥିଲା । ସେହିଭଳି ଶଶୁରାଲ ସିମରର ଅଭିନେତ୍ରୀ ତଥା ଶୋ’ର ବିଜୟୀ ଦୀପିକା କMରଙ୍କୁ ପ୍ରତି ସପ୍ତାହକୁ ୧୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ଟିଭିର ହଟ୍‌ ଫିଗର କୁହାଯାଉଥିବା ନେହା ପେଣ୍ଡସେଙ୍କୁ ସିଙ୍ଗଲ ପ୍ରତିଯୋଗୀ ଭାବେ ସପ୍ତାହକୁ ୨୦ ଲକ୍ଷ ଟଙ୍କା ଫିସ୍‌ ସ୍ଥିର କରାଯାଇଥିବାବେଳେ କରନ୍‌ବୀରଙ୍କୁ ମଧ୍ୟ ସପ୍ତାହକୁ ୨୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ ଦିଆଯାଇଥିଲା । ସେହିଭଳି ଭଜନ ସମ୍ରାଟ ଅନୁପ ଜଲୋଟା ଯୋଡିରେ ଆସିଥିବା ବେଳେ ତାଙ୍କର ପ୍ୟାକେଜ୍‌ ଥିଲା ୪୦ ଲକ୍ଷ ଟଙ୍କା । ଶୋ’ର ନିୟମାନୁସାରେ ସେଲିବ୍ରିଟୀ ଯେତେଦିନ ପର୍ଯ୍ୟନ୍ତ ରହିବେ ସେତେ ମାତ୍ରାରେ ଆୟ ବୃଦ୍ଧି ପାଇବ । ସେହିଭଳି ବିଗ୍‌ବସ୍‌ରୁ ନିୟମ ଭଙ୍ଗ କରି ଘରକୁ ଯିବାକୁ ହେଲେ ସେଲିବ୍ରିଟୀଙ୍କୁ କୋଟି କୋଟି ଟଙ୍କା ପେନାଲିଟି ଆକାରରେ ଦେବାକୁ ପଡିଥାଏ ।

Leave A Reply

Your email address will not be published.