ୱିଲିୟମ୍ ହେନେରି ପର୍କିନ୍ ୧୮୩୮ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଲଣ୍ଡନଠାରେ ଭୂମିଷ୍ଠ ହୋଇଥିଲେ । ୧୫ ବର୍ଷ ବୟସରେ ୧୮୫୩ ମସିହାରେ ସେ ଲଣ୍ଡନର ଇମ୍ପେରିଆଲ କଲେଜରେ ପ୍ରବେଶକଲେ ଏବଂ ସେଠାରେ ବିଶିଷ୍ଟ ରସାୟନ ବିଜ୍ଞାନୀ ‘ଅଗଷ୍ଟ ୱିଲ୍ହେଲ୍ମ୍ ହଫ୍ମ୍ୟାନ୍’ଙ୍କ ଅଧିନରେ ଶିକ୍ଷା ଲାଭ କଲେ । ସେତେବେଳକୁ ରସାୟନ ବିଜ୍ଞାନ ଏତେ ଉନ୍ନତି କରିନଥିଲା । ମ୍ୟାଲେରିଆ ରୋଗର ପ୍ରାକୃତିକ ଔଷଧ କୁଇନାଇନ୍ର ମୂଲ୍ୟ ଅଧିକ ହେବା ସଙ୍ଗେ ସଙ୍ଗେ ଏହା ଦୁର୍ଲଭ ଥିଲା । ଏହାକୁ କୃତ୍ରିମ ଉପାୟରେ ସଂଶ୍ଳେଷଣ କରିବା ପାଇଁ ହଫ୍ମ୍ୟାନ ଏକ ପରିକଳ୍ପନା ପ୍ରକାଶ କରିଥିଲେ । ତାଙ୍କୁ ଗବେଷଣାରେ ପର୍କିନ୍ ସାହାଯ୍ୟ କରୁଥିଲେ । ଇଷ୍ଟର ଛୁଟି ପାଇଁ ହଫ୍ମ୍ୟାନ୍ ନିଜ ଦେଶ ଜର୍ମାନୀ ଯାଇଥିବାବେଳେ ପର୍କିନ୍ ନିଜ ଘରେ ଗୋଟିଏ ପରୀକ୍ଷାଗାର ସ୍ଥାପନ କରି କୁଇନାଇନ୍ ଉପରେ ପରୀକ୍ଷା କରୁଥିବାବେଳେ ଆକସ୍ମିକଭାବେ କୃତ୍ରିମ ରଙ୍ଗ ଉଦ୍ଭାବନ କରିଥିଲେ । କୃୃତ୍ରିମ ରଙ୍ଗ ଉଦ୍ଭାବନ କରି ଖ୍ୟାତି ଓ ଧନ ଲାଭ ପରେ ମଧ୍ୟ ପର୍କିନ୍ ଗବେଷଣାରୁ ଓହରି ଯାଇ ନ ଥିଲେ । ସେ ଜୈବିକ ରସାୟନ ବିଜ୍ଞାନ ଉପରେ ଗବେଷଣା କରି ଅନ୍ୟ କୃତ୍ରିମ ରଙ୍ଗ, କୃତ୍ରିମ ଅତର ଓ ସିନାମିକ୍ ଅମ୍ଳ (ଉସଦ୍ଭଦ୍ଭବଜ୍ଞସମ ବମସୟ) ଆବିଷ୍କାର କରିଥିଲେ ।
ପର୍କିନ୍ଙ୍କ କୃତିତ୍ୱ ପାଇଁ ସେ ୧୮୬୬ ମସିହାରେ ଲଣ୍ଡନରେ ‘ରୟାଲ ସୋସାଇଟି’କୁ ର୍ନିବାଚିତ ହୋଇଥିଲେ । ତାଙ୍କୁ ୧୮୭୯ ମସିହାରେ ‘ରୟାଲ ପଦକ’ ଓ ୧୮୮୯ ମସିହାରେ ‘ଡେଭି ପଦକ’ ପ୍ରଦାନ କରାଯାଇଥିଲା । ୧୯୦୬ ମସିହାରେ ସେ ‘ନାଇଟ ଉପାଧି’ରେ ସମ୍ମାନିତ ହୋଇଥିଲେ ଏବଂ ସେହିବର୍ଷ ମଧ୍ୟ ସେ ପର୍କିନ୍ ପଦକ ଲାଭ କରିଥିଲେ । ୧୯୦୭ ମସିହା ଜୁଲାଇ ମାସ ୧୪ ତାରିଖରେ ସେ ମୃତୁ୍ୟବରଣ କଲେ।
Prev Post