ବିଜୁ କୃଷକ ଜନତା ଦଳର ପୁନର୍ଗଠନ

0

ଭୁବନେଶ୍ୱର, ୧୪/୧୨ : ଆଜି ମୁଖ୍ୟମନ୍ତ୍ରୀ ବିଜୁ କୃଷକ ଜନତା ଦଳର ପୁନର୍ଗଠନ କରିଛନ୍ତି । ସଙ୍ଗଠନର ନୂତନ ସଭାପତି ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସମ୍ପାଦକ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଦଳ ଶାସକ ବିଜେପିକୁ ଶକ୍ତ ଧMା ଦେଇ ଗାଦିଚ୍ୟୁତ କରିଛ । ବିଜେପି ଏହି ରାଜ୍ୟରୁ ଶାସନ କ୍ଷମତା ହରାଇବା ପଛରେ କୃଷକଙ୍କ ଅସନ୍ତୋଷକୁ ମୁଖ୍ୟ କାରଣ ଭାବେ ଦର୍ଶା ଯାଉଥିବା ବେଳେ କଂଗ୍ରେସର କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଅନ୍ୟତମ କାରଣ ବୋଲି କୁହାଯାଉଛି । ଏ ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ର୍ନିବାଚନକୁ ଆଖିଆଗରେ ରଖି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳ ପୁନର୍ଗଠନ କରିଛନ୍ତି ।

Leave A Reply

Your email address will not be published.