ଭୁବନେଶ୍ୱର,୨୫/୧୧: ରାୟଗଡା ଜିଲ୍ଲା କାଶିପୁର ଠାରେ ଉତ୍କଳ ଭାରତର ରାଜ୍ୟ ସଭାପତି ତଥା ପୂର୍ବତନ ସାସଂଦ ଖାରବେଳ ସ୍ୱାଇଁଙ୍କ ଉପରେ ହିଂସାତ୍ମକ ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏହି ଆକ୍ରମଣ ବିଜେଡ଼ି କର୍ମୀ କରିଥିବା ଖୋଦ ଖାରବେଳ ଅଭିଯୋଗ କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାରବେଳଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ପିସିସି ସଭାପତି ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଜେଡ଼ି ଏବଂ ନବୀନ ଗୁଣ୍ଡା ବାହିନୀ ଏହାକୁ ବୁଝିପାରିବେନି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡିକୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପାଣ୍ଠିରେ ପରିଚାଳିତ ବିଜୁ ଗୁଣ୍ଡା ବାହିନୀ ବାରମ୍ବାର ହିଂସା ଘଟାଉଥିବା ସେ ନିଜ ଟ୍ୱିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି।