ବିଜେଡିରୁ ଇସ୍ତଫାଦେଲେ ଜିଲା କାର୍ଯ୍ୟକାରୀ ସଭାପତି ବାବୁ ସିଂ

0

ଭୁବନେଶ୍ୱର,୯/୩ : ବିଜେଡି ଭୁବନେଶ୍ୱର ସାଂଗଠନିକ ଜିଲା କାର୍ଯ୍ୟକାରୀ ସଭାପତି ବାବୁ ସିଂ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ବାବୁ ସିଂ ଜିଲା କାର୍ଯ୍ୟକାରୀ ସଭାପତି ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଖୁବଶୀଘ୍ର ସେ ଭାଜପା ଯୋଗଦେବେ ବୋଲି ସୂଚନା ମିଳିଛି । ବାବୁ ସିଂ ଏକାମ୍ର ନିର୍ବାଚନମଣ୍ଡଳୀରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଅଶୋକ ପଣ୍ଡାଙ୍କୁ ଦଳ ପୁଣିଥରେ ବିଧାୟକ ପାଇଁ ସବୁଜ ସଙ୍କେତ ଦେବାପରେ ସେ ଦଳ ଛାଡିଥିବା ଜଣାପଡ଼ିଛି।

Leave A Reply

Your email address will not be published.