ବିଜେଡିରେ ମିଶିଲେ ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା

0

ଭୁବନେଶ୍ୱର,୧୬/୩: ବିଜେଡିରେ ଯୋଗ ଦେଲେ ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା। ବିଜେଡିର ହାତ ଧରିବା ପରେ ହରିଶ୍ଚନ୍ଦ୍ର ଦାଦାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବସନ୍ତଙ୍କ ନିର୍ବାଚନ କ୍ଷେତ୍ର ନୂଆପଡ଼ାରେ ଅତି ଶୋଚନୀୟ ଭାବେ ଭାଜପା ପରାଜିତ ହୋଇଥିଲା । ହରିଶ୍ଚନ୍ଦ୍ର କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପାଇଁ କାମ କରିଥିଲେ ମଧ୍ୟ ଦଳ ତାଙ୍କୁ ହତାଦାର କରିଛି। ୨୦୧୯ରେ ଆମେ ବସନ୍ତ ପଣ୍ଡାଙ୍କୁ ହରାଇବୁ। ମୋ ମା’ ମାଟି ପାଇଁ ଲୋକଙ୍କ ସେବା କରିବାର ମୋର ଇଚ୍ଛା ବୋଲି ହରିଶ୍ଚନ୍ଦ୍ର କହିଛନ୍ତି।

Leave A Reply

Your email address will not be published.