ବିଜେପିକୁ ମିଳିଛି ୧ ହଜାର କୋଟି ଟଙ୍କାର ରାଜନୈତିକ ଚାନ୍ଦା

0

ନୂଆଦିଲ୍ଲୀ,୨/୧୨ : ବିଜେପିକୁ ୨୦୧୭-୧୮ ରେ ୧ହଜାର କୋଟି ଟଙ୍କାରୁ ଅଧିକ ରାଜନୈତିକ ଚାନ୍ଦା ମିଳିଛି । ନିର୍ବାଚନ ଆୟୋଗକୁ ଦଳ ଦ୍ୱାରା ଦିଆଯାଇଥିବା ବାର୍ଷିକ ଫେରସ୍ତରେ ଏହି ବିଷୟରେ ସୂଚନା ମିଳିଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସବୁଠାରୁ ଧନୀ ଦଳ ଭାବରେ ଆଗକୁ ଆସିଛି । ସେହି ଭଳି ଭାବରେ ଦେଶର ୪ଟି ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ଆର୍ଥିକ ଲାଭ ମିଳିଛି ।

ସୂଚନାନୁଯାୟୀ, ୨୦୧୬-୧୭ରେ ବହୁଜନ ସମାଜ ପାର୍ଟିର ୬୮୧ରୁ ବଢି ୭୧୭ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୬୨ରୁ ୨୯୧ କୋଟି ଟଙ୍କା ହୋଇଛି । ୨୦୧୭-୧୮ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ୧୦୪ କୋଟି ଦିଆ ଯାଇଛି । ଏହା ବିଜେପିର ବାର୍ଷିକ ଆୟର ୧୦ ପ୍ରତିଶତ । ଏତଦ୍ ବ୍ୟତୀତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ୧.୫ କୋଟି ରହିଛି ।

କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ପାଖରେ ବାର୍ଷିକ ଫେରସ୍ତ ଜମା କରି ନାହାଁନ୍ତି । ନିୟମ ଅନୁସାରେ ସମସ୍ତ ମାନ୍ୟତା ପ୍ରାପ୍ତ, ପଞ୍ଜୀକୃତ ଦଳ ପାଇଁ ଏମିତି କରିବା ଅନିବାର୍ଯ୍ୟ । ବିଜେପିକୁ ଏହି ବର୍ଷ ଜାନୁୟାରୀ ୨ରେ ଭାରତ ସରକାରଙ୍କ ଦ୍ୱାରା ଅଧିସୂଚିତ ନିର୍ବାଚନ ୱାର୍ଡରୁ ୨୧୦ କୋଟି ଟଙ୍କାର ଅଂଶ ମଧ୍ୟ ମିଳିଛି ।

Leave A Reply

Your email address will not be published.