ଭୁବନେଶ୍ୱର,୩୦/୧୧: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୯ ବର୍ଷ ଧରି ବିଜେପି ଦଳରେ କୋଣଠେସା ହୋଇ ରହିଥିବା ବିଜୟ ମହାପାତ୍ର ନିଜର ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଥିିବା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଓଡ଼ିଶାର ସାମୁହିକ ସ୍ୱାର୍ଥ ଓ ବିକାଶ ନେଇ ଆଗାମୀ ୧୫ ଦିନ ମଧ୍ୟରେ ସେ ନିଜର ରାଜନୈତିକ ନିଷ୍ପତ୍ତି ଜଣାଇବେ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି।
ଶ୍ରୀ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତୃତ୍ୱ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଉ ନାହିଁ । ତେଣୁ ଦଳରେ ରହି କାର୍ଯ୍ୟ କରିବା ସମ୍ଭବ ନ ହେବାରୁ ସେ ଦଳରୁ ଇସ୍ତଫା ଦେଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ପୂର୍ବରୁ ଏ ନେଇ ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ବରିଷ୍ଠ ବିଜେପି ନେତାମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ ସୁଫଳ ନ ମିଳିବାରୁ ସେ ଇସ୍ତଫା ଦେଲେ ବୋଲି ଘୋଷଣା କରିଛନ୍ତିି।