ବିଜେପିରେ ଯୋଗ ଦେଲେ ଅପରାଜିତା ଷଡ଼ଙ୍ଗୀ

0

ନୂଆଦିଲ୍ଲୀ,୨୭/୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଛନ୍ତି ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପ୍ରଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଦଳରେ ଯୋଗ ଦେବା ପରେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ଭୂରି ଭୂରି ପ୍ରଂଶସା କରିଛନ୍ତି ।

ମିଶ୍ରଣ ପରେ ବସନ୍ତ ପଣ୍ଡା ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେ ଅପରାଜିତାଙ୍କୁ ସ୍ୱାଗତ କରିଛନ୍ତି । ରାଜନୀତି ଗୋଟେ ବହୁତ ବଡ଼ ମଂଚ ଯେଉଁଠି କାମ କରିବାକୁ ସୁଯୋଗ ମିଳିଥାଏ । ମୋ ସେଥିଲାଗି ରାଜନୀତିକୁ ଆସିଲି । ସବୁ ଅନୁଧ୍ୟାନ ଓ ଅନୁସାନ୍ଧାନ କଲା ପରେ ବିଜେପିରେ ସାମିଲ ହୋଇଛି । ବିକାଶ କେନ୍ଦ୍ରିକ ଚିନ୍ତାଧାରା ଏବଂ ତ୍ୱରିତ ବିକାଶ ପାଇଁ ସେ ବିଜେପିକୁ ବାଛିଥିବା ପ୍ରକାଶ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରେରଣାରେ ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି । ୨୨ଟି ରାଜ୍ୟରେ ଶାସନ କରୁଥିବା ବିଜେପି ଗୋଟିଏ ମଜବୁତ ଦଳ । ତେବେ ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ନିର୍ବାହ କରିବେ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.