ବିଜେପିର ନକାରାତ୍ମକ ରାଜନୀତି ଉପରେ ହୋଇଛି ଜିତ : ସୋନିଆ ଗାନ୍ଧୀ

0

ନୂଆଦିଲ୍ଲୀ, ୧୨/୧୨: ତିନୋଟି ରାଜ୍ୟରେ କଂଗ୍ରେସ ଜିତିବା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସଂସଦ ଭବନ ବାହାରେ ଗଣମାଧ୍ୟମ ନିକଟରେ ସେ କହିଛନ୍ତି କି, ବିଜେପିର ନକାରାତ୍ମକ ରାଜନୀତି ଉପରେ ଜିତ ହୋଇଛି । ମୁଁ ୩-୦ ସ୍କୋର ଲାଇନକୁ ନେଇ ଖୁସୀ ।

ସୂଚନାନୁଯାୟୀ, ଛତିଶଗଡରେ ବହୁମତ ଠାରୁ ସମର୍ଥନ ପାଇବା ପରେ ଏବେ କଂଗ୍ରେସ ସେଠାରେ ସରକାର ଗଢିବା ପାଇଁ ପ୍ରସ୍ତୁତ ହୋଇ ଗଲାଣି । ସେହି ସମୟରେ ରାଜସ୍ଥାନରେ କଂଗ୍ରେସ ଦଳର ବହୁମତ ଠାରୁ ଗୋଟିଏ ଆସନ ଏବଂ ମଧ୍ୟପ୍ରଦେଶରେ ଦୁଇଟି ଆସନ ଠାରୁ ଦୂରରେ ରହିଛି । ଏହି ଦୁଇ ରାଜ୍ୟରେ ବିଜେପି ୧୫ ବର୍ଷ ଧରି ଶାସନ କରି ଆସୁଥିଲା । କିନ୍ତୁ ବିଏସପିର ସମର୍ଥନ ପରେ ଏଠାରେ କଂଗ୍ରେସ ସରକାର ତିଆରି କରିବ । ଛତିଶଗଡରେ ୯୦ ଟି ଆସନରେ ହୋଇଥିବା ନିର୍ବାଚନରେ ବହୁମତ ପାଇଁ ୪୬ ଆସନ ଆବଶ୍ୟକ ଥିଲା । ଯେଉଁଥିରେ କଂଗ୍ରେସ ୬୮ଟି ଆସନରୁ ଜିତି ବହୁମତ ଆକଳନ ପାର କରିଛି । ସେହି ସମୟରେ ବିଜେପି ୧୫ଟି ଆସନରେ ରହି ଯାଇଛି ।

ସେହି ଭଳି ରାଜସ୍ଥାନରେ ୧୯୯ ଆସନରେ ହୋଇଥିବା ନିର୍ବାଚନରେ ବହୁମତ ପାଇଁ ୧୦୦ ଆସନ ଆବଶ୍ୟକ ଥିଲା । ଯେଉଁଥିରେ କଂଗ୍ରେସ ୯୯ ଏବଂ ବିଜେପି ୭୩ ଆସନରୁ ଜିତିଛି । ଏବେ ସେଠାରେ ଦଳ ଗଢିବା ପାଇଁ ମାତ୍ର ୧ଟି ଆସନ ଆବଶ୍ୟକ ରହିଛି । ଅନ୍ୟ ପକ୍ଷରେ ମଧ୍ୟପ୍ରଦେଶ କଥା ଦେଖିବାକୁ ଗଲେ ସେଠାରେ ୨୩୦ ଆସନରୁ ହୋଇଥିବା ନିର୍ବାଚନରେ ବହୁମତ ପାଇଁ ୧୧୬ ଆସନ ଆବଶ୍ୟକ ଥିଲା । ଯେଉଁଥିରେ କଂଗ୍ରେସ ୧୧୪ ଆସନ ହାସଲ କରିଛି ଏବଂ ବିଜେପି ୧୦୯ଟି ଆସନରୁ ବିଜୟୀ ହୋଇଛି । କଂଗ୍ରେସ ଏଠାରେ ମଧ୍ୟ ସରକାର ତିଆରି କରିବା ପାଇଁ ପ୍ରସ୍ତୁତ ରହିଛି । ତେବେ ଦଳକୁ ବହୁମତ ସାବ୍ୟସ୍ତ କରିବା ପାଇଁ ୨ଟି ଆସନ ଆବଶ୍ୟକ ରହିଛି ।

Leave A Reply

Your email address will not be published.