ବିଜେପି-ବିଜେଡ଼ି କୋଳାକୋଳି : ନିରଞ୍ଜନ ପଟ୍ଟନାୟକ

0

ଭୁବନେଶ୍ୱର, ୨୫/୧୨: ମୋଦୀ ଜୟ ଜଗନ୍ନାଥ କହି ଓଡ଼ିଶା ଲୋକଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି। ଉଭୟ ମୋଦୀ ଓ ନବୀନ ଲୋକଙ୍କୁ ପ୍ରତାରିତ କରିଛନ୍ତି। ଓଡ଼ିଶାବାସୀଙ୍କୁ ସେମାନେ ବୁଦ୍ଦୁ ଭାବୁଛନ୍ତି ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ମୋଦୀଙ୍କର ମିଛ ପ୍ରତିଶ୍ରୁତି ଦେବାର ପୂର୍ବ ଅଭ୍ୟାସ ରହିଛି। କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟିର କାମ ଆରମ୍ଭ ହୋଇନି। ମୋଦୀ ଗୃହ କମିଟିକୁ ସମୟ ଦେଲେନାହିଁ। ମାତ୍ର ଏଠାରେ ସେ ପ୍ରସଙ୍ଗରେ ମୁହଁ ଖୋଲିଲେନି। ବିଜେପି-ବିଜେଡ଼ି କୋଳାକୋଳି ପ୍ରମାଣିତ ହୋଇଛି। ଉଭୟ ଚାଷୀ ବିରୋଧୀ ବୋଲି ପିସିସି ସଭାପତି କହିଛନ୍ତି।

ପ୍ରକାଶ ଥାଉକି, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଅନ୍ୟ ଏକ ଜନସମାବେଶରେ ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ପୋତି ପକାଇଥିଲେ। ମୋଦୀ ଓଡ଼ିଶାର ବିକାଶକୁ କେନ୍ଦ୍ର ନୂଆ ସ୍ତରକୁ ନେଇଥିବା କହିବା ସହ ଏହି କାର୍ଯ୍ୟ ନିରନ୍ତର ଭାବେ ଚାଲିବ ବୋଲି କହିଥିଲେ। ସେହିପରି ଖୋର୍ଦ୍ଧାରେ ଆୟୋଜିତ ଜନମାବେଶରେ ଓଡ଼ିଶାରେ ଚାଷୀ ସମସ୍ୟା, ବେରୋଜଗାରୀ, ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ ନକରିବା, ଦାଦନ ଓ ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବୁଲେଇ ବାଙ୍କେଇ ପ୍ରଶ୍ନ ଉପରେ ପ୍ରଶ୍ନ କରିଥିଲେ।

Leave A Reply

Your email address will not be published.