ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ

0

ଝାରସୁଗୁଡ଼ା,୧୮/୪: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ହିଂସା ଘଟିଛି। ସୂଚନା ଆଜି ଅପରାହ୍ନ ସାଢ଼େ୧୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍ ନଂ ୧୮୨ ଓ ୧୮୩କୁ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ତଥା ବିଧାୟିକା ରାଧାରାଣୀ ପଣ୍ଡା ଯାଇଥିଲେ । ସେଠାକୁ ରାଧାରାଣୀ ପଣ୍ଡାଙ୍କ ସହ ତାଙ୍କର ପିଏସଓ ରାଧେ କିସାନ୍ ମଧ୍ୟ ଯାଇଥିଲେ। ସେଠାରେ ହଠାତ୍ କିଛି ଲୋକ ରାଧେ କିସାନଙ୍କୁ ଠେଲି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାଫଳରେ ରାଧେଙ୍କର ମୁଣ୍ଡ ଫାଟିଯାଇଥିଲା।

ଏହି ଘଟଣାକୁ ନେଇ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ତଥା ବିଧାୟିକା ରାଧାରାଣୀ ପଣ୍ଡା ସିଧାସଳଖ ବିଜେଡିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଜେଡିର କର୍ମୀମାନେ ତାଙ୍କ ଉପରକୁ ଆକ୍ରମଣ କରିବାଲାଗି ଉଦ୍ୟମ କରୁଥିଲେ। ତେବେ ଏ ନେଇ ପୁଲିସ୍ ନିକଟରେ ଏଯାଏଁ ଅଭିଯୋଗ କରାଯାଇ ନଥିବା ଜଣାଯାଇଛି। ବିଜେଡି ପକ୍ଷରୁ ଏ ନେଇ କିଛି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବା ସୂଚନା ମିଳିଛି।

Leave A Reply

Your email address will not be published.