ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ

0

ଭୁବନେଶ୍ୱର, ୧/୧ : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଓ ଏସଂକ୍ରାନ୍ତରେ କୋର୍ଟ ଦେଇଥିବା ରାୟ ଉପରେ କୃଷିମନ୍ତ୍ରୀ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ବହିଷ୍କାର କରାନଯିବା ପ୍ରତିବାଦରେ ମଙ୍ଗଳବାର ବିଜେପି ମହିଳାମୋର୍ଚ୍ଚାପକ୍ଷରୁ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରାଯାଇଥିଲା । ଶିଶୁ ଭବନ ଟ୍ରାଫିକ୍ ଛକ ପାଖରେ ମହିଳାମୋର୍ଚ୍ଚା କର୍ମୀମାନଙ୍କୁ ପୋଲିସ୍ ଅଟକାଇବାରୁ ସେମାନଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ କିଛି ମହିଳା ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା , ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ,ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱ ଶତାଧିକ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ପିନ୍ଧାଇବା ନାରା ଦେଇ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ ।

Leave A Reply

Your email address will not be published.