ବିଜେପି ରାଷ୍ଟ୍ରୀୟ ସଭାପତି ହୋଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ !

0

ନୂଆଦିଲ୍ଲୀ,୨୮/୫: ମୋଦିଙ୍କ ନୂଆ ସରକାରରେ ସାମିଲ ହେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଗୁରୁତ୍ୱପୂର୍ଣ୍ଣ ବିଭାଗର ବୋଝ ସମ୍ଭାଳିପାରନ୍ତି ବିଜେପିର ଏହି ଚାଣକ୍ୟ। ଯଦି ଏହା ହୁଏ, ତେବେ ଦଳର ନିୟମ ଗୋଟିଏ ଲୋକ, ଗୋଟିଏ ପଦବୀ ଆଧାରରେ ଅମିତ ଶାହଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ତେଣୁ ଏବେ କିଏ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ସେ ନେଇ ଆକଳନ ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କର ନିକଟତମ ସହଯୋଗୀ ଦଳର ସଭାପତି ପଦବୀ ସମ୍ଭାଳି ପାରନ୍ତି। ଏହି ଆଧାରରେ ମୋଦି ସରକାରଙ୍କ ପ୍ରଥମ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଜେ.ପି ନଡ୍ଡା ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ବିଭିନ୍ନ ନିର୍ବାଚନରେ ବିଜୟୀ ହୋଇଛି। ତେଣୁ ଏବେ ଜଣେ ସେହିଭଳି ନେତାଙ୍କୁ ଦଳ ଖୋଜୁଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.