ବିଜେଡ଼ି ଶାସନରେ ଆଦିବାସୀ ଅଧିକ କ୍ଷତିଗ୍ରସ୍ତ : ଧର୍ମେନ୍ଦ୍ର ପ୍ରଧାନ

0

ପୁରୀ,୩/୨: ରାଜ୍ୟର ବିକାଶ ପାଇଁ କଳାକାରଖାନା ବସାଯିବାକୁ କାହାର ଅସହମତି ନାହିଁ । କିନ୍ତୁ ସେହି କଳକାରଖାନା ବସାଇବା ପାଇଁ ବନ୍ଧୁକ ମୁନରେ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ନୀତି ରାଜ୍ୟ ସରକାରଙ୍କ ଚରିତ୍ରକୁ ପରିପ୍ରକାଶ କରୁଛି । ଜନଜାତିଙ୍କୁ ହତ୍ୟା କରି ପୁଞ୍ଜିପତିଙ୍କୁ ସହାୟତା କରିବା ରାଜ୍ୟ ସରକାରଙ୍କର ଚରିତ୍ରର ନୀତି । ଏହାକୁ କଳିଙ୍ଗନଗର ବାସିନ୍ଦା ଭୁଲିବେ ନାହିଁ । ବିଗତ ୧୯ବର୍ଷରେ ଓଡ଼ିଶା ସରକାର ରାଜ୍ୟ ଜନଜାତି ଲୋକଙ୍କ ଅଧିକ କ୍ଷତି କରିଛନ୍ତି । ଆଜି ଏଭଳିଭାବେ ଜନଜାତିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଓ କଠୋର ମନବୃତ୍ତିର ଚିଠା ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ପୁରୀରେ ଆୟୋଜିତ ଜନଜାତି ମାଗୁଛି ଜବାବ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ଧର୍ମେନ୍ଦ୍ର ନିରୀହ ଆଦିବାସୀଙ୍କ କଠୋର ମନୋଭାବ ରଖିଥିବା ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି । ଏଥିରେ ସେ କଳିଙ୍ଗନଗର ଗୁଳିକାଣ୍ଡ ଓ ଫୁଲବାଣୀ ଗୁମୁଡୁମାହାରେ ଆଦିବାସୀଙ୍କ ହତ୍ୟା କଥା ମନେପକାଇ ଦେଇଛନ୍ତି । ଏହି ହତ୍ୟାକାଣ୍ଡର ହତ୍ୟାକାରୀ କିଏ ଓ କାହିଁକି ହତ୍ୟା କରାଗଲା ଏହାର ଉତ୍ତର କାହା ପାଖରେ ନାହିଁ । ବିଗତ ୧୯ବର୍ଷରେ ଓଡ଼ିଶା ସରକାର ରାଜ୍ୟ ଜନଜାତି ଲୋକଙ୍କ ଅଧିକ କ୍ଷତି କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର କ୍ଷେତ୍ରରେ ଆଦିବାସୀ ଭାଇ ଭଉଣୀ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଆଦିବାସୀଙ୍କ ବିକାଶ ପାଇଁ ମୋଦୀ ସରକାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ ଫଣ୍ଡର ବ୍ୟବସ୍ଥା କଲେ । ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦିଆଗଲେ ମଧ୍ୟ ଆଦିବାସୀଙ୍କ ବିକାଶରେ ଖର୍ଚ୍ଚ ହୋଇପାରୁ ନାହିଁ । ଓଡ଼ିଶାରେ ବସିଥିବା ଦୁର୍ନୀଗ୍ରସ୍ତ, ଅପାରଗ, ସ୍ଥାଣୁ ଓ ମିଛ କହୁଥିବା ସମ୍ବେଦନହୀନ ସରକାରକୁ ଶାସନରୁ ହଟାଇବାକୁ ସମୟ ଆସି ଯାଇଛି । ଏହି ପରିବର୍ତ୍ତନରେ ଆଦିବାସୀ ଭାଉ ଭଉଣୀମାନେ ନେତୃତ୍ୱ ନେବେ ବୋଲି ଆଶା ରଖିଛନ୍ତି ଧର୍ମେନ୍ଦ୍ର ।

Leave A Reply

Your email address will not be published.