ଭୁବନେଶ୍ୱର,୧୧/୭ : ପାଟକୁରା ନିର୍ବାଚନ ପାଇଁ ସମସ୍ତ ଦଳ ଅଂଟା ଭିଡି ସାରିଲେଣି । ଏହି ଆସନ ପାଇଁ ତିନିଦଳର ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏହି ମଧ୍ୟରେ ପାଟକୁରା ନିର୍ବାଚନ ପ୍ରସଙ୍ଗରେ ବିଜେପି ପ୍ରଭାରୀ ଅରୁଣ ସିଂହ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।
ଅରୁଣ ସିଂହ କହିଛନ୍ତି କି, ବିଜୟ ମହାପାତ୍ରଙ୍କ ବିଜୟ ସୁନିଶ୍ଚିତ । ରାଜ୍ୟର ପ୍ରମୁଖ କିଛି ନେତାଙ୍କ ମଧ୍ୟରେ ବିଜୟ ମହାପାତ୍ର ସ୍ଥାନ ପାଆନ୍ତି । ତାଙ୍କୁ ସାରା ଦେଶରେ ଲୋକେ ଜାଣିଛନ୍ତି । ବିଜେପିର ପ୍ରମୁଖ ନେତାମାନେ ବିଜୟଙ୍କ ସିଧା ସମ୍ପର୍କରେ ଅଛନ୍ତି । ଏଠାକାର ବହୁ ଲୋକ ଚାହୁଁଛନ୍ତି କି, ବିଜୟ ବିଧାନସଭା ଯାଆନ୍ତୁ । ଏମିତିକି ବିଜେଡି ସମର୍ଥକ ନେତାମାନେ ମଧ୍ୟ ଚାହୁଁଛନ୍ତି ବିଜୟ ଜିତନ୍ତୁ ।
ତେବେ ଏହି ହାଇଭୋଲ୍ଟେଜ ଆସନରେ ଆସନ୍ତା ୨୦ରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ଜୁଲାଇ ୨୪ରେ ଭୋଟ ଗଣତି ହେବ । ଏହି ଆସନରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ହେବିୱାଟ୍ ନେତା ବିଜୟ ମହାପାତ୍ର ମଇଦାନରେ ଅଛନ୍ତି । ସେହିଭଳି କଂଗ୍ରେସ ପକ୍ଷରୁ ଜୟନ୍ତ କୁମାର ମହାନ୍ତୀ ପ୍ରାର୍ଥୀ ହୋଇଛନ୍ତି ।