ବିଜୟଠୁ ୨ ୱିକେଟ ଦୂରରେ ଭାରତ

0

ମେଲବର୍ଣ୍ଣ, ୨୯/୧୨: ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟମ୍ୟାଚ୍‌ ମଜାଦାର ସ୍ଥିତିରେ ପହଞ୍ଚିଛି । ମ୍ୟାଚ୍‌ ଆଉ ଦିନେ ବାକିଥିବାବେଳେ ଅଷ୍ଟ୍ରେଲିଆ ପରାଜୟରୁ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛି । ତେବେ ବିଜୟ ପାଇଁ ଉଲ୍ଲସିତ ହୋଇଉଠିଥିବା ଭାରତୀୟ ଟିମ୍‌ ଖୁସିମନାଇବାରୁ ଆଉ ଦୁଇ ୱିକେଟ ଦୂରରେ ରହିଛନ୍ତି । ଏହି ଖୁସିରେ ବାଧକ ସାଜିଛନ୍ତି ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ପାଟ୍‌ କୁମିନ୍ସ । କୌଣସି କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିବା ବେଳେ କୁମିନ୍ସ ୬୧ ରନ୍‌ କରି ଅପରାଜିତ ରହିଛନ୍ତି । ତେବେ ଶେଷଦିନରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଆଉ ୧୪୧ ରନ୍‌ ଦରକାର ଥିବାବେଳେ କୁମିନ୍‌ଙ୍କ ସହିତ ନାଥନ ଲିୟନ ୬ ରନ୍‌ କରି ସଂଘର୍ଷ ଜାରି ରଖିଛନ୍ତି । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦେଇଥିବା ୩୯୯ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଟିମ୍‌ ୮ ୱିକେଟ୍‌ ହରାଇ ୨୫୮ ରନ୍‌ କରିଛି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍‌ ପାଇଛନ୍ତି । ଭାରତ ଆଜି ତା’ର ଦ୍ୱିତୀୟ ଇନିଂସ୍‌ରେ ୮ ୱିକେଟ୍‌ ହରାଇ ୧୦୬ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା । ଫଳରେ ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

Leave A Reply

Your email address will not be published.