ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା, ଜିତିବାର ଶ୍ରେୟ ସଭାପତିଙ୍କୁ ଦେଲେ

ଭୁବନେଶ୍ୱର,୨୫/୧୦: ବିଜେପୁର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ। ଏହି ବିଜୟ ପରେ ରୀତା ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ତାଙ୍କ ସହ ନିର୍ବାଚନରେ ସାମିଲ ହୋଇଥିବା ଦଳର ଶତାଧିକ ମହିଳା କର୍ମୀ ମଧ୍ୟ ନବୀନଙ୍କୁ ଭେଟିଛନ୍ତି। ଏହି ଅବସରରେ ନିଜର ବିଜୟର ଶ୍ରେୟ ଦଳର ସଭାପତିଙ୍କୁ ଦେଇଛନ୍ତି। ସେ କହିଛନ୍ତି, ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟ ଦେଇଛନ୍ତି। ଆଗାମୀ ଦିନରେ ସେ ବିଜେପୁରର ସର୍ବାଙ୍ଗୀନ ବିକାଶ ଉପରେ ନଜର ରଖିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ,୨୧ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ସବୁଥିରେ ରୀତା ଆଗରେ ରହିଥିଲେ। ଗଣତି ଶେଷ ହେବା ପରେ ତାଙ୍କ ପକ୍ଷରେ ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ ପଡ଼ିଥିଲା। ଯାହାକୁ ନେଇ ସେ ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ ୯୭,୯୯୦ ଭୋଟରେ ଆଗୁଆ ରହି ବିଜୟ ହାସଲ କରିଥିଲେ। ତେବେ ରୀତା ପାଇଥିବା ଭୋଟ ସମୁଦାୟ ମତଦାନର ୭୩.୮୭ ପ୍ରତିଶତ ଥିଲା। ବିଜେଡି ପୂର୍ବରୁ ୨ଟି ନିର୍ବାଚନରେ ଜିତିଥିଲେ ସୁଦ୍ଧା ଏତେ ସଂଖ୍ୟକ ଭୋଟ୍‌ ହାତେଇବାରେ ସକ୍ଷମ ହୋଇ ନ ଥିଲା। ଶେଷରେ ରୀତା ବୃହତ୍‌ ବିଜୟ ସହ ଦଳ ପାଇଁ ହାଟ୍ରିକ୍‌ ବିଜୟ ଆଣିଥିଲେ।