ବିଡିଏ ଅଧ୍ୟକ୍ଷ ହେଲେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା

0

ଭୁବନେଶ୍ୱର,୭/୩ : ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଡିଏ ଅଧ୍ୟକ୍ଷ ଭାବରେ ଅନନ୍ତ ନାରାୟଣ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମେୟର ଅନନ୍ତ ଜେନା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବେ । ଅନନ୍ତ ନାରାୟଣ ଜେନା ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର ପଦରେ ଅବସ୍ଥାପିତ ଥିଲା ବେଳେ ଭୁବନେଶ୍ୱରର ବିଭିନ୍ନ ଉନ୍ନତିମୂଳକ କାର୍ଯ କରି ଲୋକମାନଙ୍କର ପ୍ରଶଂସାର ପାତ୍ର ହୋଇଥିଲେ।

Leave A Reply

Your email address will not be published.