ଢେଙ୍କାନାଳ, ୨/୧ : ଢେଙ୍କାନାଳରେ ପୁଣି ଏକ ହାତୀ ମୃତୁ୍ୟ ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଜଙ୍ଗଲରେ ବିଦ୍ୟୁତ ଆଘାତରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି ।
ବାରହା ଶିକାର ପାଇଁ ଶିକାରୀମାନଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ବନ ବିଭାଗ ଏବେ ସୁଦ୍ଧା ଘଟଣା ସ୍ଥଳରେ ପହଁଚି ନଥିବା ବେଳେ ହାତୀର ମୃତଦେହ ଦୁଦୁରକୋଟ ଜଙ୍ଗଲରେ ପଡ଼ି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଗତବର୍ଷ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ଟି ହାତୀ ପ୍ରାଣ ହରାଇଥିଲେ । ତେବେ ପୁଣି ଥରେ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।