ହିନ୍ଦୁ ଧର୍ମ ଏବେ ପାଶ୍ଚାତ୍ୟ ଲୋକଙ୍କୁ ଆକୃଷ୍ଟ କରିଛି । ସେଥିପାଇଁ ବିଦେଶୀ ଲୋକେ ହିନ୍ଦୁଧର୍ମ ଗ୍ରହଣ କରିବା ସହ ହିନ୍ଦୁ ରୀତିନୀତିରେ ବିବାହ କରୁଛନ୍ତି । ଆମେରିକାର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହିନ୍ଦୁଧର୍ମ ଉପରେ ଏକ ନୂଆ ପାଠ୍ୟକ୍ରମକୁ ମଞ୍ଜୁର ଦିଆଯାଇଛି । ଏଥିରେ ଛାତ୍ରମାନେ ଉପନିବେଶ କାଳରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁଧର୍ମର ବିକାଶ ଉପରେ ଅଧ୍ୟୟନ କରିବେ । ଇଣ୍ଡିଆନାର ଗ୍ରୀନ୍କେସଲ୍ସ୍ଥିତ ନେସନାଲ୍ ଲିବରାଲ୍ ଆର୍ଟ କଲେଜରେ ଡିମ୍ଡ୍ ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଆଧୁନିକ ହିନ୍ଦୁଧର୍ମ ଉପରେ ନୂଆ କୋର୍ସ କରିବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି କୋର୍ସର ମୁଖ୍ୟ ଉଦ୍ଦେଶ୍ୟ ଦକ୍ଷିଣ ଏସିଆର ସଂସ୍କୃତି, ସମାଜ, ରାଜନୀତି, ଅର୍ଥବ୍ୟସ୍ଥା ପରିଦୃଶ୍ୟରେ ଆଧୁନିକ ହିନ୍ଦୁଧର୍ମର ପ୍ରକୃତିକୁ ବୁଝିବାକୁ ଚେଷ୍ଟା କରିବା । ଧାର୍ମିକ ଶିକ୍ଷାର ପ୍ରମୁଖ ସିନିୟର୍ ମେଲିସା ଜିମର୍ମ୍ୟାନ୍ଙ୍କ କହିବା ଅନୁଯାୟୀ, ଧାର୍ମିକ ଅଧ୍ୟୟନରେ ଏଭଳି କୋର୍ସର ଆରମ୍ଭ ଏକ ବଳିଷ୍ଠ ପଦକ୍ଷେପ ।