ବିଧାନସଭାରେ ସନ୍ତୋଷ ସିଂହ ସାଲୁଜା ଓ ନିରଞ୍ଜନ ପୂଜାରୀ ମୁହାଁମୁହିଁ

0

ଭୁବନେଶ୍ୱର,୧୮/୭: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଳିର ଏଯାଏ ସମାଧାନ ହୋଇନାହିଁ। ବିଧାନସଭାରୁ ଆରମ୍ଭ ହୋଇଥିବା ଏହି କଳି ବାଟରେ ପଡ଼ି ହାଟରେ ଗଡ଼ୁଛି। ଆଜି ପୁଣି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ସାଲୁଜା ଓ ନିରଞ୍ଜନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କା’ ମନ୍ତ୍ରୀ ସମ୍ବୋଧନ ସହିତ ବିଧାୟକ ସନ୍ତୋଷ ସିଂହ ସାଲୁଜା ପଚାରିଥିଲେ, ବଲାଙ୍ଗିର ଜିଲ୍ଲାରେ ୩୫ ପ୍ରତିଶତ ଜଳସେଚନ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ କାର୍ଯ୍ୟ ହୋଇଛି? ଲୋୟର ସୁକତେଲ ପ୍ରକଳ୍ପ କେତେ ଦୂର କାର୍ଯ୍ୟକାରୀ ହୋଇଛି?

ତେବେ ନିରଞ୍ଜନ ପୂଜାରୀ ଏହାର ଉତ୍ତର ରଖିବା ବେଳେ ସାଲୁଜା ବାରମ୍ବାର କିଛି ପ୍ରମ୍ପଟିଂ କରିଥିଲେ। ଏହାକୁ ନେଇ ଖପ୍ପା ହୋଇଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଧୈର୍ଯ୍ୟ ଧରିବା ସହ ଭଲ ବ୍ୟବହାର କରିବାକୁ ସେ ସାଲୁଜାଙ୍କୁ କହିଥିଲେ। ବଲାଙ୍ଗିର ଜିଲ୍ଲାରେ ୩୩.୭୪ ପ୍ରତିଶତ ଜଳ ସେଚନ ପ୍ରକଳ୍ପ କାମ ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଲୋୟର ସୁକତେଲ ପ୍ରକଳ୍ପ ଅଟକି ରହିଥିବା ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ।

Leave A Reply

Your email address will not be published.