ଭୁବନେଶ୍ୱର.୨୮/୬: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ୨୦୧୯-୨୦ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ବ୍ୟୟ ବରାଦ ରହିଛି ୧ଲକ୍ଷ ୩୯ ହଜାର କୋଟି ଟଙ୍କା। ଫୋନି ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୫ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ। ଏନେଇ ବଜେଟ୍ରେ ୪୮୨୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମଧୁବାବୁ ପେନସନ୍ ଯୋଜନା ପାଇଁ ୨୧୨୦ କୋଟି ଟଙ୍କା, ପିଏମ୍ଜିଏସ୍ଓ୍ବାଇରେ ୪୩୨୨ କିମି ଗ୍ରାମୀଣ ରାସ୍ତା ନିର୍ମାଣ ହେବ। ଏନେଇ ୨ ହଜାର ୯ଶହ କୋଟିର ବ୍ୟୟ ବରାଦ କରାଯାଇଛି। ଏନେଇ ୨ ହଜାର ୯ଶହ କୋଟିର ବ୍ୟୟ ବରାଦ କରାଯାଇଛି। ସେହିପରି କାଳିଆ ଯୋଜନାରେ ୫୬୧୧ କୋଟି ଟଙ୍କା, ଟଙ୍କିକିଆ ଚାଉଳ ପାଇଁ ୧୦୨୮କୋଟି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧୩୨୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆଦର୍ଶ ବିଦ୍ୟାଳୟ ପାଇଁ ଚଳିତ ବଜେଟ୍ରେ ୩୨୦ କୋଟି ଟଙ୍କା ରଖାଯାଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୫ କୋଟି, ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ରଖାଯାଇଛି।
କେଉଁ ବିଭାଗ ପାଇଁ କେତେ ବଜେଟ୍ :-
ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି ଟଙ୍କା
ଦରମା ପାଇଁ ୨୫ ହଜାର ୫୦୦ କୋଟି ଟଙ୍କା
ସୁଧ ଦେୟ ପାଇଁ ୧୩ ହଜାର ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୬୦୦ କୋଟି
କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୭୪ ହଜାର ୬୦୦ କୋଟି ଟଙ୍କା
ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ବ୍ୟୟ ଅଟକଳ
ଶିକ୍ଷା-
ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯, ୪୯୨ କୋଟି
ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି
ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି
ଉଚ୍ଚ ଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ପାଇଁ ୧୫୦ କୋଟି
ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି
ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି
ସ୍ୱାସ୍ଥ୍ୟ-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି ବ୍ୟୟବରାଦ
ଫୋନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ଯୋଜନା, ୫ ଲକ୍ଷ ପକ୍କା ଘର ପାଇଁ ୪୮୨୦ କୋଟି ବ୍ୟୟବରାଦ
ମମତା ଯୋଜନା ପାଇଁ ବଜେଟରେ ୩୦୫ କୋଟି ବ୍ୟୟବରାଦ
ମିଶନ ଶକ୍ତି-
ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କାର ବ୍ୟୟବରାଦ
ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୩୦ କୋଟି
ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଦେବାକୁ ୮୦ କୋଟି
ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି
କିନ୍ନର, ନିଷ୍ପେସିତ, ଭିକ୍ଷୁକ ବର୍ଗର ଥଇଥାନ ପାଇଁ ୩୧୪୭ କୋଟି
ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୪ଶହ କୋଟି
ସଡ଼କ, ସେତୁ ଓ ରେଳ
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୦୧ କୋଟି ବ୍ୟୟବରାଦ
ବିଜୁ ସେତୁ ଯୋଜନାରେ ୧୮୧ଟି ସେତୁ ପାଇଁ ୫୦୧ କୋଟି
ପୁରୁଣା ରେଳ ପ୍ରକଳ୍ପ ସମାପନ ପାଇଁ ୧୦ କୋଟି
ପୁଲିସ୍ ବାରାକ ନିର୍ମାଣ ଓ ସରଞ୍ଜାମ ପାଇଁ ୭୦୧ କୋଟି ଟଙ୍କା
MSME ପାଇଁ ୧୯୨ କୋଟି ଟଙ୍କାର ବ୍ୟୟବରାଦ
ବନୀକରଣ, ପର୍ଯ୍ୟଟନ
ବ୍ୟାପକ ବନୀକରଣ ପାଇଁ ଜଙ୍ଗଲ ବିଭାଗ ନିମନ୍ତେ ୧୯୦୨ କୋଟି
ଗ୍ରୀନ ମହାନଦୀ ମିଶନ ପାଇଁ ୫୧ କୋଟି ବ୍ୟୟବରାଦ
ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୯୪ କୋଟି ବ୍ୟୟବରାଦ
ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ୧୧ କୋଟି