ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

0

ଭୁବନେଶ୍ୱର, ୧୬/୧୧: ଆଜି ଠାରୁ ବିଧାନସଭାର ପଞ୍ଚଦଶ ଶୀତ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭାର ପୂର୍ବତନ ସଦସ୍ୟ ଏବଂ ସୁରକ୍ଷାକର୍ମୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଶୋକ ପ୍ରସ୍ତାବ ଆଲୋଚନା ପରେ ବିରୋଧୀ କଂଗ୍ରେସ ଓ ଭାଜପା ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପୂର୍ବରୁ ଚାଷୀ ପ୍ରସଙ୍ଗ ଆଲୋଚନା କରିବାକୁ ଦାବି କରିଥିଲେ। ବାଚସ୍ପତି ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, କେ. ସୂର୍ଯ୍ୟ ରାଓ, ପ୍ରଫୁଲ ମାଝି, ଚନ୍ଦ୍ରଶେଖର ମାଝି ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଭାଜପା ସଦସ୍ୟମାନେ ମଧ୍ୟ କଂଗ୍ରେସ ସହିତ ତାଳ ମିଳାଇ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ଆସନ୍ତାକାଲି ଯାଏ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ରଖିଛନ୍ତି।

Leave A Reply

Your email address will not be published.