ବିଧାନସଭା ସ୍ୱାଧୀକାର କମିଟିରୁ ଇସ୍ତଫା ଦେଲେ କେଭି ସିଂହଦେଓ

0

ଭୁବନେଶ୍ୱର, ୩୦/୧: ବିଧାନସଭା ସ୍ୱାଧୀକାର କମିଟିରୁ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଇସ୍ତଫା ଦେଇଛନ୍ତି । ଓଟିଭି ଗଣମାଧ୍ୟମର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ଇସ୍ତଫା ପ୍ରସଙ୍ଗରେ ସେ କହିଛନ୍ତି କି, ସ୍ୱାଧୀକାର ଭଙ୍ଗ ନେଇ ତାରା ବାହିନୀପତି ପ୍ରଥମେ ନୋଟିସ ଦେଇଥିଲେ । ସେ କେଉଁଠି ଜଗିମଙ୍ଗତଙ୍କୁ ନୋଟିସ ପାଇଁ କହିନଥିଲେ । ଏହି କ୍ଷେତ୍ରରେ ସାଧାରଣ ଭାବେ ସମ୍ପାଦକ ଏବଂ ଚ୍ୟାନେଲର ରିପୋର୍ଟରଙ୍କୁ ସମନ ହୋଇଥାଏ । ଜଗିମଙ୍ଗତ ଓଡିଶାର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ ହୋଇଥିବା ବେଳେ ତାଙ୍କୁ ରାଜନୈତିକ ସ୍ୱାର୍ଥ ପାଇଁ ହଇରାଣ କରାଯାଉଛି । ଏଭଳି ଜଣେ ମହିଳାଙ୍କୁ ସର୍ବ ସାଧାରଣରେ ହଇରାଣ କରିବା ମହିଳା ବିରୋଧୀ ବୋଲି କେଭି ସିଂହଦେଓ କହିଛନ୍ତି ।

ସୂଚନାଯୋଗ୍ୟ କି, ନଭେମ୍ବର ୨୦ ତାରିଖରେ ବିଧାନସଭାର ଏକ ଖବର ପ୍ରସାରଣକୁ ନେଇ ବିଧାନସଭାର ସ୍ୱାଧୀକାର ଭଙ୍ଗ ହୋଇଥିବା ଅଭିଯୋଗ ହୋଇଥିଲା । ଏହାସହ ଏକ କମିଟି ଗଠନ କରି ଓଟିଭି ନିର୍ଦ୍ଦେଶିକା ଜଗିମଙ୍ଗତ ପଣ୍ଡାଙ୍କୁ ସମନ ଜାରି କରାଯାଇଥିଲା । ଫଳରେ ଜଗିମଙ୍ଗତ ଗତ ଦୁଇ ଦିନ ତଳେ ବିଧାନସଭା ସ୍ୱାଧୀକାର କମିଟି ନିକଟରେ ହାଜର ହୋଇଥିଲେ ।

କେଭିଙ୍କ ଇସ୍ତଫାକୁ ସମର୍ଥନ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ ସରକାର ଗଣମାଧ୍ୟମକୁ ନାଲିଆଖି ଦେଖାଉଛନ୍ତି । ଏହା ଗଣମାଧ୍ୟମର କଣ୍ଠରୋଧ ।

Leave A Reply

Your email address will not be published.