ବିଧାୟକ ସାରଦା ନାୟକ ଓ ରମେଶ ଜେନାଙ୍କ ନାଁରେ ନିର୍ବାଚନୀ ମାମଲା

0

ଭୁବନେଶ୍ଵର,୮/୭: ବରୀର ନବ ନିର୍ବାଚିତ ବିଧାୟିକା ସୁନନ୍ଦା ଦାସଙ୍କ ପରେ ଏବେ ଆଉ ଦୁଇ ଜଣ ବିଧାୟକଙ୍କ ନାମରେ ଆସିଛି ନିର୍ବାଚନୀ ମାମଲା। ରାଉରକେଲା ବିଜେଡି ବିଧାୟକ ସାରଦା ନାୟକ ଏବଂ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ପରାଜିତ ପ୍ରାର୍ଥୀ ମାମଲା କରିଛନ୍ତି।

ସୂଚନା ଅନୁଯାୟୀ ସାରଦାଙ୍କ ନାଁରେ ପରାଜିତ ବିଜେପ ପ୍ରାର୍ଥୀ ନିହାର ରାୟ ଅଫିସ୍ ଅଫ ପ୍ରଫିଟ ଓ ମିଥ୍ୟା ସତ୍ୟପାଠ ଦେବା ଅଭିଯୋଗରେ ମାମଲା ଦାୟର କରିଛନ୍ତି। ଫଳରେ ନିର୍ବାଚନ ଅସିଦ୍ଧ ଘୋଷଣା କରି ତାଙ୍କୁ ବିଜୟୀ ଘୋଷଣା କରିବାକୁ ନିହାର ଆବେଦନ କରିଛନ୍ତି।

ଅନ୍ୟ ପଟେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ପରାଜିତ ପ୍ରାର୍ଥୀ ନନ୍ଦିନୀ ଦେବୀ ଅଭିଯୋଗ କରିଛନ୍ତି। ରମେଶ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ହୋଇଛି। ଅପରାଧିକ ପୃଷ୍ଠଭୂମି ଥିଲେ ୩ ଥର ଗଣମାଧ୍ୟମରେ ଜଣାଇବାର ନିର୍ଦ୍ଦେଶ ଥିଲା। ମାତ୍ର ରମେଶ ଗଣମାଧ୍ୟମରେ ଅପରାଧିକ ପୃଷ୍ଠଭୂମି ଜଣାଇନଥିବା ଅଭିଯୋଗ ହୋଇଛି। ଫଳରେ ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ବରୀର ନବ ନିର୍ବାଚିତ ବିଧାୟିକା ସୁନନ୍ଦା ଦାସ ନିଜର ଅପରାଧିକ ତଥ୍ୟା ଲୁଚାଇଥିବା ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପରାଜିତ ବିଜେପି ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକ । ଏହା ବିରୋଧରେ ସେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଏହାସହ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସାନି ନିର୍ବାଚନ ପାଇଁ ସେ ଆବେଦନ କରିଛନ୍ତି ।

ଓଡିଶା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକଙ୍କୁ ପରାସ୍ତ କରିଥିଲେ । ତେବେ ଆଜି ବିଶ୍ୱରଂଜନ ସୁନନ୍ଦାଙ୍କ ନାମରେ ଥିବା ଅପରାଧିକ ତଥ୍ୟ ଲୁଚାଯାଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.