ବିନା ପେନ୍‌କିଲରରେ କମିବ ମୁଣ୍ଡବିନ୍ଧା

ଅଧିକାଂଶ ସମୟ ଆପଣଙ୍କ ମୁଣ୍ଡ ବିନ୍ଧୁଛି କି ? ବିନା ପେନ୍‌କିଲରରେ ଯଦି ମୁଣ୍ଡ ବିନ୍ଧା କମ୍‌ ହେଉଛି ତେବେ ବ୍ୟସ୍ତ ହୁଅ;ୁ ନାହିଁ । ସାବଧାନ, ପେନ୍‌କିଲର ଅଧିକ ସେବନ କ୍ଷତି ପହଁଞ୍ଚାଇ ପାରେ ଆପଣଙ୍କ ଶରୀରର ଅନ୍ୟ ଅଙ୍ଗକୁ । ତେବେ ବିନା ଔଷଧରେ ଏବଂ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ତେବେ ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ କିପରି କରିବେ ଉପଚାର ଜାଣ;ୁ ସେ ସଂପର୍କିତ କିଛି ତଥ୍ୟ ।
ମେଡିଟେସନ: ଅନେକ ସମୟରେ କାମ ଚିନ୍ତାରେ ମୁଣ୍ଡ ବିନ୍ଧା ହୁଏ, ମାନସିକ ସ୍ତରରେ ଅଧିକ ଚିନ୍ତିତ ରହିଲେ ମଧ୍ୟ ମୁଣ୍ଡ ବିନ୍ଧା ହୁଏ । ଏଥିପାଇଁ ପ୍ରଥମେ ମସ୍ତିଷ୍କକୁ ଥଣ୍ଡା ରଖିବା ଜରୁରୀ । ଥଣ୍ଡା ମସ୍ତିଷ୍କ ପାଇଁ ମେଡ଼ିଟେସନ କରିବା ଆବଶ୍ୟକ । ପ୍ରତିଦିନ ସକାଳୁ କିଛି ସମୟ ମେଡ଼ିଟେସନ କର;ୁ । ଯାହା ଆପଣଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା ସହ ମୁଣ୍ଡ ବିନ୍ଧା ସମସ୍ୟା ସହଜେ କମିବ ।
ଶ୍ୱାସକ୍ରିୟା: ଯଦି ଆପଣଙ୍କ ସାଇନୋସାଇଟ୍‌ ସମସ୍ୟା ପାଇଁ ମୁଣ୍ଡବିନ୍ଧା ହେଉଥାଏ, ତେବେ ଯୋଗ ମାଧ୍ୟମରେ ନିଃଶ୍ୱାସ ନେବା ଓ ପ୍ରଶ୍ୱାସ ଛାଡ଼ିବା ପ୍ରକ୍ରିୟା ଆପଣା;ୁ । ଏହାଦ୍ୱାରା ସାଇନସ୍‌ ସମସ୍ୟା କମିବା ସହ ମୁଣ୍ଡ ବିନ୍ଧା ମଧ୍ୟ ହେବ ନାହିଁ ।
ମସାଜ ଥେରାପି: ପ୍ରତିଦିନ ମୁଣ୍ଡରେ କିଛି ସମୟ ଆଙ୍ଗୁଠି ସାହାଯ୍ୟରେ ମସାଜ କର;ୁ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୁଏ ଏବଂ ମୁଣ୍ଡ ବିନ୍ଧା ମଧ୍ୟ କମେ ।
ପିପରମେଣ୍ଟ ଯୁକ୍ତ ତେଲ: ପିପରମେଣ୍ଟ ବହୁ ପରିମାଣର ଆଣ୍ଟି ଇନ®୍ଲାମାଟୋରୀ ରହିଛି । ଯାହା ବିନ୍ଧା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ଯନ୍ତ୍ରଣା କମିଯାଏ । ତେବେ ଯନ୍ତ୍ରଣା କମାଇବା ପାଇଁ ପିପରମେଣ୍ଟ ଯୁକ୍ତ ତେଲ ବ୍ୟବହାର କର;ୁ ।

SBI AD