ବିପର୍ଯ୍ୟୟ ସତ୍ତ୍ୱେ ଭାରତ ନିୟନ୍ତ୍ରଣରେ ତୃତୀୟ ଟେଷ୍ଟ

0

ମେଲବୋର୍ନ, ୨୮/୧୨: ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଭ୍ରମଣକାରୀ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ବକ୍ସିଂ ଡେ ଟେଷ୍ଟରେ ସ୍ଥିତି ଦୃଢ କରିଛି। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୬/୩୩) କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସର ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ପ୍ରଥମ ଇନିଂସରେ ବୃହତ୍‌ ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସ ପ୍ରାରମ୍ଭରେ ୫ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ସଅଳ ହରାଇଥିଲେ ମଧ୍ୟ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛି। ମ୍ୟାଚ୍‌ର ପ୍ରଥମ ଦିନରେ ୨, ଦ୍ୱିତୀୟ ଦିନରେ ୮ ଓ ତୃତୀୟ ଦିନରେ ୧୫ଟି ଉଇକେଟର ପତନ ହୋଇଛି। ଏଥିରୁ ମେଲବୋର୍ନ ଉଇକେଟର ଗୁଣବତ୍ତାର ହ୍ରାସ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛ।

ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୪୪୩ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ବୁମରାଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ୬୬.୫ ଓଭରରେ ୧୫୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୨୯୨ରନର ବୃହତ ଅଗ୍ରଣୀ ହାସଲ କରିଥିଲା। ତେବେ ଚତୁର୍ଥ ଇନିଂସରେ ରନ ଚେଜ୍‌ କରିବାକୁ ପସନ୍ଦ କରିବାକୁ ଭାରତ ଚାହିଁ ନ ଥିଲା। ଫଳରେ ଆଶ୍ଚର୍ଯ୍ୟଜନକ ଭାବେ ଅଷ୍ଟ୍ରେଲିଆକୁ ଫଲୋଅନ ଦେଇ ନ ଥିଲା। ଏହାପରେ ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅନୂରୂପ ଢଙ୍ଗରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୭ ଓଭରରେ ୫ ଉଇକେଟ ହରାଇ ୫୪ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକିଥିବା ବେଳେ ଭାରତ ୫ ଉଇକେଟ ବାକିଥାଇ ମୋଟ ଉପରେ ୩୪୬ ରନର ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ପାଦର୍ପଣ କରିଥିବା ଓପନର ମୟଙ୍କ ଅଗ୍ରଓ୍ବାଲ ୨୮ ଓ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୬ ରନ କରି ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଇନିଂସରେ ଭାରତର ଆରମ୍ଭ ଭଲ ହୋଇଥିଲା ଓ ୨୮ ରନରେ ପ୍ରଥମ ଉଇକେଟ ହରାଇଥିଲା। ଆଶ୍ଚର୍ଯ୍ୟଜନକ ଭାବ ୨୮ ରନରେ ହିଁ ଭାରତ ତା’ର ପ୍ରଥମ ୩ଟି ଉଇକେଟ ହରାଇଥିଲା। ହନୁମା ବିହାରୀ ୧୩ ରନ କରି ଆଉଟ ହେବା ପରେ ଟେଷ୍ଟ ସ୍ପୋଶାଲିଷ୍ଟ ଚେତେଶ୍ୱର ପୁଜାରା ଓ ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଏହା ପରେ ପାଳି ପଡିଥିଲା ଉପ- ଅଧିନକ ଅଜିଙ୍କ୍ୟ ରାହାନେଙ୍କର। ସେ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ପ୍ରଥମ ୪ ବ୍ୟାଟ୍ସମ୍ୟାନ ପ୍ୟାଟ କୁମିନ୍ସଙ୍କ ବଲ୍‌କୁ ବୁଝିବାରେ ବିଫଳ ହୋଇଥିଲେ ଓ ତାଙ୍କ ବଲ୍‌ରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଦିବସର ଶେଷ ଉଇକେଟ ଭାବେ ରୋହିତ ଶର୍ମା ଆଉଟ ହୋଇଥିଲେ। ସେ ଜୋଶ ହାଜେଲଉଡଙ୍କ ଏକ ଅଫ୍‌ ଷ୍ଟମ୍ପ ବାହାରର ବଲକୁ ଖେଳିବାକୁ ଯାଇ ସ୍ଲିପ୍‌ରେ ଶନ ମାର୍ଶଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କୁମିନ୍ସ ୬ ଓଭର ବୋଲିଂ କରି ମାତ୍ର ୧୦ ରନ ବ୍ୟୟ କରି ୪ ଓ ହାଜେଲଉଡ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୮/୦ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ବଡ଼ ସ୍କୋର ହାସଲ କରି ନ ପାରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଦୁଇ ଓପନର ମାର୍କସ ହାରିସ୍‌ ଓ ଆରୋନ ଫିଞ୍ଚ୍‌ ୫ ଓ ୩ରୁ ଇନିଂସ ଆରମ୍ଭ କରି ଯଥାକ୍ରମେ ୨୨ ଓ ୮ ରନ କରି ପ୍ୟାଲିୟୟନ ଫେରିଥିଲେ। ଏହା ପରେ ନିୟମିତ ବ୍ୟବଧାନରେ ଘରୋଇ ଦଳ ଉଇକେଟ ହରାଇଥିଲା। ଏହି କ୍ରମରେ ଅଧିନାୟକ ଟିମ୍‌ ପେନ୍‌ ୨୨, ଉସ୍‌ମାନ ଖ୍ବାଜା ୨୧, ଶନ ମାର୍ଶ ୧୯, ଟ୍ରାଭିସ୍‌ ହେଡ ୨୦, କୁମିନ୍ସ ୧୭ ରନ କରି ଆଉଟ ହୋଇଥିଲେ। ଦଳର ୫ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ମିଚେଲ ମାର୍ଶ ୯ରନ କରି ଆଉଟ ହୋଇଥିବା ବେଳେ ନାଥନ ଲିୟପ ଓ ଜୋସ ହାଜେଲ ଉଡ ଖାତା ଖୋଲିପାରି ନ ଥିଲେ। ମିଚେଲ ଷ୍ଟାର୍କ ୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ବୁମ୍‌ରା ସର୍ବାଧିକ ୬, ରବୀନ୍ଦ୍ର ଜାଡେଜା ୨, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Leave A Reply

Your email address will not be published.