ବିପାଶଙ୍କ ଫେରିବାରେ ବାଧା

0

ବଙ୍ଗାଳୀ ଝିଅ ବିପାଶା ବସୁ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଦେଖାଯିବାକୁ ଥିବାବେଳେ ଏବେ କିନ୍ତୁ ତାଙ୍କ ୱାପ୍‌ସିରେ ଲାଗିଛି ଗ୍ରହଣ । ଫିଲ୍ମ ନିର୍ଦ୍ଦେଶୀକା ପ୍ରେରଣା ଅରୋଡ଼ାଙ୍କ ଗିରଫ ହେବା ପରେ ବିପାଶାଙ୍କ ଅପ୍‌କମିଂ ପ୍ରୋଜେକଫରେ ପଡିଯାଇଛି ତାଲା । ଠକେଇ ମାମଲା ପାଇଁ ପ୍ରେରଣା ଏବେ ଜେଲ୍‌ରେ । ପ୍ରେରଣା କରିବାକୁ ଚାହୁଁଥିଲେ ଫିଲ୍ମ ‘େୱା କନ୍‌ ଥୀ’ର ରିମେକ୍‌ । ଆଉ ଯେଉଁଥିରେ ବିପାଶା କରିବାକୁ ଯାଉଥିଲେ ଅଭିନୟ, ଆଉ ତା’ପୁଣି ମୁଖ୍ୟ ଚରିତ୍ରରେ । ତେବେ ଏ ଫିଲ୍ମ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶୀକା ପ୍ରେରଣାଙ୍କୁ ଗୁଡ଼ାଏ ପରିଶ୍ରମ କରିବାକୁ ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ପ୍ରେରଣାଙ୍କ ପରିଶ୍ରମର ଫଳ ଶୂନ । ସୂଚନା ଅନୁସାରେ ‘େୱା କନ୍‌ ଥୀ’ ଫିଲ୍ମ ନିର୍ମାତା ଏହାର ରିମେକ୍‌ ପାଇଁ ଦେଇଥିବା ଅନୁମତିକୁ ପ୍ରେରଣାଙ୍କଠାରୁ ଫେରସ୍ତ ନେଇ ଯାଇଛନ୍ତି । ଫିଲ୍ମ ନିର୍ମାତା ଏନ ଏନ୍‌ ସିªୀଙ୍କ ଦ୍ୱାରା ନିର୍ମିତ ‘େୱା କନ୍‌ ଥୀ’ ଏକ କ୍ଲାସିକ୍‌ ଫିଲ୍ମ ଯାହା ବ୍ଲାକ୍‌ ଆଣ୍ଡ ୱାଇଟ୍‌ ଯୁଗରେ ଦର୍ଶକଙ୍କ ମନ ମୋହି ପାରିଥିଲା । ଗତବର୍ଷ ଜୁଲାଇରେ ପ୍ରେରଣା ଫିଲ୍ମରେ ଲିଡ୍‌ ଚରିତ୍ରରେ ଅଭିନୟ କରିବା ପାଇଁ ବଚ୍ଚନ ବୋହୂଙ୍କୁ ବାଛିଥିବାବେଳେ କୌଣସି କାରଣ ବଶତଃ ଐଶ୍ୱର୍ଯ୍ୟା ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ । ଏହା ପରେ ପେରଣା ଫିଲ୍ମରେ ଅଭିନୟ କରିବା ପାଇଁ ବିପାଶାଙ୍କୁ ଅଫର ଦେଇଥିଲେ ଓ ବିପାଶା ଏଥିରେ କାମ କରିବା ପାଇଁ ରାଜି ମଧ୍ୟ ହୋଇଯାଇଥିଲେ । ବିପାଶା ଶେଷଥର ପାଇଁ ଫିଲ୍ମ ‘ଏଲୋନ୍‌’ରେ ସ୍ୱାମୀ କରନ୍‌ଙ୍କ ସହ ଦେଖାଯାଇଥିଲେ । କେବଳ ଗୋଟିଏ ପ୍ରୋଜେକଫ ନୁହେଁ ପ୍ରେରଣାଙ୍କ ଗିରଫ ଯୋଗୁ ଏବେ ପ୍ରେରଣାଙ୍କ ଗୋଟି ଗୋଟି କରି ସବୁ ପ୍ରୋଜେକଫ ବନ୍ଦ ହେବାରେ ଲାଗିଛି । ଫିଲ୍ମ ପାଇଁ ବିପାଶା ତାଙ୍କ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ।

Leave A Reply

Your email address will not be published.