ବିବାଦରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’

0

ନୂଆଦିଲ୍ଲୀ, ୨୮/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ବିବାଦ ବଢିବାରେ ଲାଗିଛି । ଫିଲ୍ମକୁ ନେଇ କଂଗ୍ରେସ ଏବଂ ମନମୋହନ ସିଂହ କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ବିଜେପି ଫିଲ୍ମଟିକୁ ସମର୍ଥନ କରୁଛି । ଏଥିଲାଗି ବିଜେପି ଫିଲ୍ମର ଟ୍ରେଲରଟିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ମଧ୍ୟ କରିଛି । ତେବେ ବିବାଦଘେରରେ ଥିବା ଫିଲ୍ମଟିକୁ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ରିଲିଜ କରାଯିବ ନାହିଁ ବୋଲି ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଘୋଷଣା କରିଛନ୍ତି । ତେବେ କଂଗ୍ରେସ ଶାସିତ ଅନ୍ୟ ରାଜ୍ୟରେ ମଧ୍ୟ ଏହା ବ୍ୟାନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ଏକ ପୋଲିଟିକାଲ ଡ୍ରାମା ଫିଲ୍ମ ଯାହା ସଞ୍ଜୟ ବାରୁଙ୍କ ପୁସ୍ତକ ଉପରେ ଆଧାରିତ । ଫିଲ୍ମରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ବନାଇବା ସମୟର କାହାଣି ଦେଖିବାକୁ ପାଇବେ ଦର୍ଶକ । ସଞ୍ଜୟ ବାରୁ ୨୦୦୪ ରୁ ୨୦୦୮ ମଧ୍ୟରେ ତ୩ତକାଳୀନ ପ୍ରଧାନମନ୍ତ୍ରୀଙ୍କ ମିଡିଆ ଉପଦେଷ୍ଟା ଥିଲେ । ତେବେ ଫିଲ୍ମଟିର ନିର୍ଦ୍ଦେଶନା ଭାର ବିଜୟ ରନିାକର ଗୁଡ୍‌ଡେ ସମ୍ଭାଳିଥିବା ବେଳେ ରାଷ୍ଟ୍ରିୟ ପୁରସ୍କାର ବିଜେତା ହଂସଲ ମେହତା ଏହାର ସ୍କିନ ପ୍ଲେ ଲେଖିଛନ୍ତି । ସୁନିଲ ବୋହରା ଏହି ଫିଲ୍ମଟିକୁ ପ୍ରଜୋଜନା କରିଛନ୍ତି ।

Leave A Reply

Your email address will not be published.