ଶିଳ୍ପା ସଟ୍ଟୀଙ୍କ ପରିବାର ଲୋକ ଏବେ ବିବାଦ ଭିତରକୁ ଟାଣି ହୋଇ ଆସିଛନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଭଉଣୀ ଶମୀତା ସେଟ୍ଟକୀ ଓ ମା’ସୁନନ୍ଦା ସେଟ୍ଟୀଙ୍କ ନାଁରେ କେସ୍ ରୁଜୁ କରିଛନ୍ତ ବ୍ୟବସାୟୀ ପରହାଦ ଆମରା । ଅଭିଯୋଗକାରୀଙ୍କ କହିବା ଅନୁସାରେ ଶୀଳ୍ପାଙ୍କ ପିତା ସ୍ୱର୍ଗତ ସୁରେନ୍ଦ୍ର ସେଟ୍ଟୀ ତାଙ୍କଠାରୁ କୌଣସି ଏକ ବ୍ୟବସାୟ ପାଇଁ ୨୧ ଲକ୍ଷ ଟଙ୍କା ଧାର ଆଣିଥିଲେ । ଅଭିଯୋଗକାରୀ କହିଛନ୍ତି ବାପା ସୁରେନ୍ଦ୍ରଙ୍କ ବ୍ୟବସାୟରେ ଶିଳ୍ପାଙ୍କ ସହ ଭଉଣୀ ଶମୀତା ଓ ମା’ ସୁନନ୍ଦା ପାର୍ଟନର ଥିଲେ । ତେବେ ହଠାତ୍ ସୁରେନ୍ଦ୍ରଙ୍କ ମୃତୁ୍ୟ ହେବା କାରଣରୁ ଧାର ଟଙ୍କା ଫେରସ୍ତ ପାଇବା ପାଇଁ ବ୍ୟବସାୟୀ ଆମରାଙ୍କୁ କୋର୍ଟର ସହାୟତା ଲୋଡିବାକୁ ପଡିଛି । କିନ୍ତୁ ଏ କଥାକୁ ବିରୋଧ କରି ଶିଳ୍ପା କହିଛନ୍ତି, ମୁଁ ପିତାଙ୍କର କୌଣସି ବ୍ୟବସାୟରେ ପାଟ୍ନର ନ ଥିଲି ଓ ଆମ କାର୍ ମେକାନିକ୍ ଭାବେ ମୁଁ ଆମରାଙ୍କୁ ଜାଣିଛି । ୟା ବ୍ୟତୀତ ଆମରାଙ୍କ ସହ ମୋ ବାପା କି ପ୍ରକାର ବ୍ୟବସାୟରେ ଲିପ୍ତଥିଲେ ତା’ ସେ ଜାଣି ନାହାନ୍ତି । ନୋଟିସ୍ ଅନୁସାରେ ସେଟ୍ଟୀ ପରିବାର ସମେତ ଆଜି ହାଜର ହେବେ କୋର୍ଟରେ ।