ଭୁବନେଶ୍ୱର,୨୭/୧୨: ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ବୟାନ ପ୍ରସଙ୍ଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦୁଃଖ ପ୍ରକାଶ କରିଛନ୍ତି। ମହରାଥୀ କହିଛନ୍ତି, ଯଦି କାହା ମନକୁ ଆଘାତ ଦେଇଛି, ତା’ହେଲେ ମୁଁ ଦୁଃଖିତ। ମୋ ନିର୍ବାଚନ ମଣ୍ଡଳୀର ଝିଅ ପ୍ରତି କଟୁମନ୍ତବ୍ୟ ଦେବା ଉଦ୍ଦେଶ୍ୟ ନଥିଲା। ବିଜେପି ଏବଂ କଂଗ୍ରେସର ଏପରି ଆନ୍ଦୋଳନ ନେଇ ମୁଁ ନିରୂପାୟ ବୋଲି ମହାରଥୀ କହିଛନ୍ତି । କାହାକୁ ଆଘାତ ଦେବା ଉଦ୍ଦେଶ୍ୟରେ ସେ ବୟାନ ଦେଇନଥିଲେ । ପିପିଲି ପିଡୀତାଙ୍କ ପରିବାରକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ।